ଆଜି ଭୁବନେଶ୍ବର ବରମୁଣ୍ଡା ବସ୍‌ଷ୍ଟାଣ୍ଡ ପରିଦର୍ଶନ କଲେ ୫ଟି ସଚିବ ପାଣ୍ଡିଆନ୍

ଆଜି ଭୁବନେଶ୍ବର ବରମୁଣ୍ଡା ବସ୍‌ଷ୍ଟାଣ୍ଡ ପରିଦର୍ଶନ କଲେ ୫ଟି ସଚିବ ଆଇଏଏସ୍ ଭି. କାର୍ତ୍ତିକେୟନ ପାଣ୍ଡିଆନ୍।

(ଭୁବନେଶ୍ୱର) : ଆଜି ଭୁବନେଶ୍ବର ବରମୁଣ୍ଡା ବସ୍‌ଷ୍ଟାଣ୍ଡ ପରିଦର୍ଶନ କଲେ ୫ଟି ସଚିବ ଆଇଏଏସ୍ ଭି. କାର୍ତ୍ତିକେୟନ ପାଣ୍ଡିଆନ୍। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶକ୍ରମେ ଅନ୍ତଃରାଜ୍ୟ ବସ୍‌ ଟର୍ମିନାଲ କାର୍ଯ୍ୟର ସମୀକ୍ଷା କରିଥିବା ବେଳେ ମୋଟ ୧୮୦ କୋଟି ଦେୟ ଖର୍ଚ୍ଚରେ ୨୦୨୨ ଜୁନ୍‌ ସୁଦ୍ଧା ବସ୍‌ ଟର୍ମିନାଲ କାମ ସରିବ ବୋଲି ଅନୁମାନ କରିଛନ୍ତି ପାଣ୍ଡିଆନ । ଉକ୍ତ ସମୟରେ ୫ଟି ସଚିବଙ୍କ ସହ ପୂର୍ତ୍ତ ସଚିବ କ୍ରିଷନ କୁମାର ମଧ୍ୟ ଉପସ୍ଥିତ ରହିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭିନୀଲ କ୍ରିଷ୍ଣା, ବିଏମସି କମିସନର ଓ ଇଡ୍‌କୋ ଇଡି ଭୂପିନ୍ଦର ପୁନିଆ ଉପସ୍ଥିତ ଥିଲେ।

ସୂଚନାନୁଯାୟୀ , ଆଜି ଖଣ୍ଡଗିରି ବସ୍‌ ଡିପୋ କାମ ମଧ୍ୟ ପରିଦର୍ଶନ କରିଛନ୍ତି ଭି. କାର୍ତ୍ତିକେୟନ ପାଣ୍ଡିଆନ୍। ୩୦୦ ବସ୍‌ ରହିବା ପାଇଁ ଖଣ୍ଡଗିରିରେ ହେଉଛି ବସ୍‌ ଡିପୋ। ଉନ୍ନତ ମାନର କାମ ସହ ନିର୍ଦ୍ଧାରିତ ସମୟରେ କାମ ସାରିବା ଉପରେ ଗୁରୁତ୍ବ। ୨୦୨୨ ଫେବ୍ରୁଆରୀ ସୁଦ୍ଧା ସରିବ ଜାଭିୟର-ଇନ୍‌ଫୋସିଟି ଛକ ରାସ୍ତା କାମ, ୫.୧୭ କିମି ଏହି ରାସ୍ତାକୁ ୬ ଲେନ୍‌ ବିଶିଷ୍ଟ କରାଯାଉଛି।