ଭୁବନେଶ୍ୱର/ରାଜେଶ ସାହୁ: ଜଟଣୀ ବିଧାୟକ ସୁରେଶ ରାଉତରାଙ୍କ ନେତୃତ୍ୱରେ ମେ ୧୯ରେ ହେବାକୁ ଥିବା ସଚ୍ଚିବାଳୟ ଘେରାଉକୁ ସାମୟିକଭାବେ ସ୍ଥଗିତ ରଖାଯାଇଛି । ରାଜ୍ୟରେ ଉକ୍ରଟ କରୋନା ସ୍ଥିତି ଓ ଲକଡାଉନକୁ ଦୃଷ୍ଟିରେ ରଖି ବର୍ତ୍ତମାନା ପାଇଁ ଏହି ପ୍ରତିବାଦକୁ ସ୍ଥଗିତ ରଖାଯାଇଛି । ଅଧୁକାରୀଙ୍କ ପରାମର୍ଶ ଓ ଅନୁରୋଧ କ୍ରମେ ଏହି ଆନ୍ଦୋଳନକୁ କରାଯାଇଛି ବୋଲି ଆଜି ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ପ୍ରକାଶ କରିଛନ୍ତି ।
ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଡେଭଲପମେଟ କମିଶନର ପ୍ରଦୀପ ଜେନା, ରାଜଶ୍ୱ ସଚିବ ବିଷ୍ଣୁପଦ ସେଠୀ, ଆଇନ ସଚିବ ପ୍ରମୁଖ ଗତକାଲି ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାଙ୍କ ସହିତ ଜଟଣୀ ଜଗନ୍ନାଥ ଜମି ସତ୍ୱାଧିକାର ପରିବର୍ତ୍ତନ ସଂପର୍କରେ ସଚ୍ଚିବାଳୟରେ ଆଲୋଚନା କରିଥିଲେ । କୋଭିଡ଼ ପରିସ୍ଥିତିକୁ ଦୃଷ୍ଟିରେ ରଖ୍ ତିନିମାସ ମଧ୍ୟରେ ଜଟଣୀ ଜଗନ୍ନାଥ ଜମି ସମସ୍ୟାର ସମାଧାନ ହେବ ବୋଲିପ୍ରତିଶ୍ରୁତି ଦିଆଯାଇଛି। ଏହି ପ୍ରତିଶ୍ରୁତି ପରେ ସଚ୍ଚିବାଳୟ ଘେରାଉ କାର୍ୟ୍ୟକ୍ରମକୁ ବନ୍ଦ ରଖୁବା ପାଇଁ ମଧ୍ୟ ରାଉତରାୟ କହିଛନ୍ତି । ସେ ଆହୁରି କହିଛନ୍ତି, ପ୍ରତିଶ୍ରୁତି ଅନୁଯାୟୀ ଜମିର ମାମଲିକାନା ପରିବର୍ତ୍ତନ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ବ୍ୟାପକ ହେବ ।
ପ୍ରକାଶ ଥାଉକି, ୨୦୧୨ ମସିହା ଠାରୁ ଦୀର୍ଘ ବର୍ଷ ଧରି ନିଜ ଭିଟାମାଟି, ଘରଡିହ ଓ ଜମିବାଡ଼ି ନିଜ ନାମକୁ ଫେରାଇ ଆଣିବା ପାଇଁ ଜଟଣୀ ନିବାସୀ ସଂଘର୍ଷ କରୁଛନ୍ତି ।