ଶ୍ରୀମନ୍ଦିରରେ ପାନକୁ ନେଇ ପ୍ରଶାସନର କଟକଣା : ପାନ ଛାଡିବେନି କହିଲେ, ଜଗନ୍ନାଥ ଖାଆନ୍ତି ପାନ

ପୁରୀ : ନୂଆବର୍ଷରେ ଶ୍ରୀମନ୍ଦିରରେ ବନ୍ଦ ହେବ ପାନ, ଗୁଟକା । ସେବାୟତଙ୍କଠାରୁ ଆରମ୍ଭ କରି ପ୍ରଶାସନିକ ପ୍ରଶାସନିକ କର୍ମଚାରୀ , ଶ୍ରୀମନ୍ଦିର କର୍ମଚାରୀ, ପୁଲିସ ଓ ଶ୍ରଦ୍ଧାଳୁଙ୍କ ଉପରେ ଏହି କଟକଣା ଲାଗିବ । ବରାହ ପୁରାଣ ଆଧାରରେ କଟକଣା ଲଗାଯାଇଥିବା କହିଛନ୍ତି ଶ୍ରୀମନ୍ଦର ପ୍ରଶାସନ ।

ଜାନୁଆରୀ ୧ରୁ ଡ୍ରେସକୋଡ ଭଳି ପାନଗୁଟକା ଖାଇବେ ନାହିଁ ସମ୍ପୂର୍ଣ୍ଣ ବ୍ୟାନ କରାଯିବ । ଶ୍ରୀମନ୍ଦିର ଭିତରେ କେହି ପାନଗୁଟୁକା ଖାଇବେ ନାହିଁ କି ଛେପ ପକାଇ ପାରିବେ ନାହିଁ । କେବଳ ଭକ୍ତ ନୁହେଁ ସେବାୟତଙ୍କ ପାଇଁ ମଧ୍ୟ ଏହି କଟକଣା ଲାଗୁ ହେବ । କୌଣସି ସେବାୟତ ମନ୍ଦିର ଭିତରେ ପାନଗୁଟଖା ଖାଇବେ ନାହିଁ ବୋଲି କୁହାଯାଇଛି ।

ହେଲେ ଶ୍ରୀମନ୍ଦିର ପ୍ରଶାସନ ପାନ ବ୍ୟାନ୍ କରିବା ପରେ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀମନ୍ଦିର ସେବାୟତ । କହିଛନ୍ତି, ପରମ୍ପରା ଅନୁସାରେ ପାନ ଖାଇ ସେବାୟତ ମହାପ୍ରଭୁଙ୍କ ସେବା କରନ୍ତି । ଜଗନ୍ନାଥ ନିଜେ ପାନ ଖାଆନ୍ତି । ତେଣୁ ଗୋଟିଏ ସ୍ଥାନ ସ୍ଥିର କରାଯାଉ, ସେଠାରେ ପାନ ଛେପ ପକାଇବା ପାଇଁ ବ୍ୟବସ୍ଥା କରାଯାଉ ବୋଲି କୁହାଯାଇଛି ।