ଲାଞ୍ଚ ନେଇ ଏସଡିଏମଓଙ୍କ ବଦଳି

ବଲାଙ୍ଗୀର: ରାଜ୍ୟରେ କରୋନା ସଂକ୍ରମଣ ମଧ୍ୟରେ ଲାଞ୍ଚ କାରବାରକୁ ନେଇ ଦୁଇ ଜଣଙ୍କ ଉପରେ କାର୍ଯ୍ୟାନୁଷ୍ଠ।।ନ ଗ୍ରହଣ କରାଯାଇଛି । ହସ୍ପିଟାଲରେ ଲାଗିଥିବା କ୍ୟାମେରାରେ ହସ୍ପିଟାଲ ମଧ୍ୟରେ ଲାଞ୍ଚ କାରବାରର ତଥ୍ୟ ସାମ୍ନାକୁ ଆସିଛି । ଏନେଇ ବଲାଙ୍ଗୀର ସିଡିଏମଓ ପାଟଣାଗଡ ଏସଡିଏମମଓ ବାଚସ୍ପତି ଦାସଙ୍କ ବଦଳି କରିଥିବା ବେଳେ ହସ୍ପିଟାଲ ଓପିଡିରେ କାର୍ଯ୍ୟରତ ଆଟେନାଣ୍ଟକୁ ନିଲମ୍ବନ କରିଛନ୍ତି । ସୋସିଆଶଲ ମିଡିଆରେ ଲାଞ୍ଚ କାରବାରର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହି ପଦକ୍ଷେପ ନିଆଯାଇଛି ।
ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ପାଟଣାଗଡ ଏସଡିଏମଓ ବାଚସ୍ପତି ଦାସ ଜଣେ ରୋଗୀଙ୍କ ଅପରେସନ କରିବାକୁ ୨୦ହଜାର ଟଙ୍କା ଲ।।ଞ୍ଚ ମାଗୁଥିବା ଦେଖିବାକୁ ମିଳିଥିଲା । ସେହି ଟଙ୍କାକୁ ଡାକ୍ତର ସନ୍ତର୍ପଣରେ ନିଜ ପକେଟ ପୁରାଉଥିଲେ । ସେହିପରି ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ଆଟେନାଣ୍ଟ ଶଶୀକାନ୍ତ ମଧ୍ୟ ଜଣେ ରୋଗୀ ଖଣ୍ଡିଆର ଡ୍ରେସିଂ ଖୋଲିବାକୁ ଟଙ୍କା ମାଗିଥିଲେ । ଉଭୟ ଭିଡିଓ ଆଧାରରେ ଉଭୟଙ୍କ ବିରୋଧରେ ନିଆଯାଇଛି ପଦକ୍ଷେପ ।