ସ୍କାଉଟ ଆଣ୍ଡ ଗାଇଡର ଜାତୀୟ ସଂହତି ଶିବିରର ଉଦଯାପନୀ ଦିବସ

ରାଉରକେଲା: ରାଉରକେଲା ଶିକ୍ଷା ଜିଲ୍ଲାର ଭାରତ ସ୍କାଉଟ୍ ଆଣ୍ଡ ଗାଇଡ୍ ର ଜାତୀୟ ସଂହତି ଶିବିରର ତୃତୀୟ ଦିନ ବା ଉଦଯାପନୀ ଦିବସରେ ଜିଲ୍ଲା ସ୍କାଉଟ୍ କମିଶନର ବ୍ରଜେନ୍ଦ୍ର ଦାଶ ଙ୍କ ସଭପତିତ୍ବ ଓ ଜିଲ୍ଲା ସଂପାଦକ ସନ୍ତୋଷ କୁମାର ନାୟକ ଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଶିକ୍ଷାଧିକାରୀ ଅମୂଲ୍ୟ କୁମାର ପ୍ରଧାନ ମୁଖ୍ୟ ଅତିଥି, ସାମ୍ବାଦିକା ସଂଗୀତା ଜେନା, ବିଶ୍ରା ବ୍ଳକ ଶିକ୍ଷାଧିକାରୀ ପ୍ରଜ୍ଞାପରମିତା ଜେନା, ଜିଲ୍ଲା ସହଶିକ୍ଷାଧିକାରୀ ସାରଙ୍ଗଧର ବେରିହା, କୁଆରମୁଣ୍ଡା ବ୍ଲକ ଶିକ୍ଷାଧିକାରୀ ସଦାନନ୍ଦ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ମୁଖ୍ୟଅତିଥି ଶ୍ରୀ ପ୍ରଧାନ ଏହି ଅବସରରେ ଛାତ୍ର ଛାତ୍ରୀଙ୍କୁ ନୀତି, ନୈତିକତା ସଂପର୍କରେ କହିବା ସହ ପଙ୍କରୁ ପଦ୍ମ ଫୁଟିବା ପରେ ସୂର୍ଯ୍ୟ ଆଡକୁ ଆକର୍ଷିତ ହୋଇ ପାଖୁଡା ଖୋଲି ଯେପରି ସୌନ୍ଦର୍ଯ୍ୟ ବିକଶିତ କରେ ଠିକ୍ ସେହିପରି ବିଦ୍ୟାଳୟର ଅଧ୍ୟୟନ ପରେ ତୁମେ ତୁମର ଜ୍ଞାନଗରିମା ନେଇ ନିଜକୁ ବିକଶିତ କରି ସମାଜ ସେବାରେ ବ୍ରତୀ ହେଲେ ତୁମ୍ଭମାନଙ୍କ ଶ୍ରମ ସାର୍ଥକ ହେବ ବୋଲି କହିଥିଲେ । ଏହା ସହ ସେ ଗଣେଶ ଙ୍କ ସଂପର୍କରେ ଉଦାହରଣ ଦେଇଥିଲେ। ସମ୍ମାନିତ ଅତିଥି ଗଣ ଶୃଙ୍ଖଳିତ ଜୀବନ,ସଂସ୍କାର ଉପରେ ଗୁରୁତ୍ୱାରୋପ କରିଥିଲେ। ଜିଲ୍ଲା ସଂପାଦକ ଶ୍ରୀ ନାୟକ ଅତିଥିଙ୍କ ପରିଚୟ ପ୍ରଦାନ କରିଥିବାବେଳେ କୋଷାଧ୍ୟକ୍ଷ ଗୌରାଙ୍ଗ ଚରଣ ପାହାଡି ଧନ୍ୟବାଦ ଅର୍ପଣ କରିଥିଲେ। ପୂର୍ବରୁ ହୋଇଥିବା ପ୍ରତିଯୋଗିତାରେ କୃତିତ୍ବ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ଏଥିରେ ଅଭୟ କୁମାର ବିଶ୍ବାଳ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମ ରେ୫୭ ଟି ବିଦ୍ୟାଳୟର ୧୫୮ ସ୍କାଉଟ୍ ଓ ୧୬୧ଜଣ ଗାଇଡ୍ ଯୋଗଦେଇଥିଲେ। ଏହି ଅବସରରେ ଛାତ୍ର ଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ପ୍ରଶାନ୍ତ କୁମାର ପତି, ରମାକାନ୍ତ ମଲ୍ଲିକ, ,ପଞ୍ଚାନନ ଦାଶ,ଶ୍ୟାମପଦ ପଣ୍ଡା, ଏମଡି ଇନାମ ଖାନ, ହିମାଦ୍ରୀ ମହନ୍ତ, ଶିଶିର କୁମାର ପାଣି, ହୃଷିକେଶ ନାୟକ, ସୁଜିତ ତନ୍ତୀ, ସୁଶାନ୍ତ ବିଶ୍ବାଳ, ପିଟର ଏକ୍କା, ମଞ୍ଜୁ ମୁଖାର୍ଜୀ, ବିଦ୍ୟାଧର ସେଠୀ, ଅଜୟ କୁମାର ରାଉତ,ନିରଞ୍ଜନ ମଲ୍ଲିକ, ଶ୍ରୀବତ୍ସ ସାମଲ, ସୁସ୍ମିତା ମହାପାତ୍ର,ବିଜୟାନନ୍ଦ ଦାସ, ମେରୀ ସାହୁ, ଲକ୍ଷ୍ମୀ ସାହୁ, ସୁଜାତା ଦାସ, ସୁଜାତା ମହାନ୍ତି, ମୋହିନୀ ଜେନା,ସବିତା ସାହୁ, ସବିତାରାଣୀ ମହାପାତ୍ର, ଦେବେନ୍ଦ୍ର ସାହୁ, ନିରଞ୍ଜନ ମଲ୍ଲିକ, ରଂଜନ କୁମାର ସାମଲ ଓ ଅନ୍ୟମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।