‘ମୋ ବସ୍’ ଧକ୍କାରେ ସ୍କୁଟି ଚାଳକଙ୍କ ମୃତ୍ୟୁ : ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା

ଭୁବନେଶ୍ୱର: ‘ମୋ ବସ୍’ ଧକ୍କାରେ ଜଣେ ଯୁବକଙ୍କୁ ମୃତ୍ୟୁ । ଭୁବନେଶ୍ୱର ରଘୁନାଥପୁର ଅଞ୍ଚଳରେ ଘଟିଛି ଏହି ଦୁର୍ଘଟଣା । ତେବେ ମୃତକ ଜଣକ ପାରିକୁଦ ଅଞ୍ଚଳର ବୋଲି ସୂଚନା ମିଳିଛି। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ଲୋକେ ବସକୁ ଅଟକ ଖବର ପାଇ ପୁଲିସ ପହଞ୍ଚି ମୃତଦେହ ଜବତ କରି କ୍ୟାପିଟାଲ ହସ୍ପିଟାଲ କୁ ସବ ବ୍ୟବଛେଦ ପାଇଁ ପଠାଇଛି ନନ୍ଦନକାନନ ଥାନା ପୋଲିସ । ଦୁର୍ଘଟଣା ଘଟାଇଥିବା ମୋ ବସ କୁ ଅଟକ ରଖି ତଦନ୍ତ କରୁଛି ପୋଲିସ ।