ସ୍କୁଟି ଏବଂ ବାଇକ ପରସ୍ପର ସହିତ ଧକ୍କା, ସ୍କୁଟି ଚାଳକର ମୃତ…

ଦେବଗଡ଼ ଜିଲ୍ଲା ଜାତୀୟ ରାଜପଥ ବିଜୟ ନଗର ଛକ ଠାରେ ମର୍ମନ୍ତୁତ ସଡକ ଦୁର୍ଘଟଣା । ଆଜି ଦିନ ଏକ ଘଟିକା ସମୟର ରାସ୍ତାରେ ସ୍କୁଟି ଏବଂ ବାଇକ ପରସ୍ପର ସହିତ ଧକ୍କା ହୋଇଥିଲା । ଫଳରେ ବାଇକ ଚାଳକ ଏବଂ ସ୍କୁଟି ଚାଳକ ଆହତ ହୋଇଥିଲେ । ଦୁହିଁଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଯୋଗେ ଦେବଗଡ଼ ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । କିନ୍ତୁ ସେଠାରେ ସ୍କୁଟି ଚାଳକର ମୃତ ଘଟିଛି । ମୃତ ବ୍ୟକ୍ତି ହେଲେ କାଉଁସିବହାଳ ଗ୍ରାମର ହୃଦା ବାନାର ଙ୍କ ପୁତ୍ର ସୁରେନ୍ଦ୍ର ବାନାର୍ । ଆଉଜଣେ ବାଇକ ଚାଳକ ଗୁରୁତର ଥିବାବେଳେ ତାଙ୍କର ପରିଚୟ ମିଳି ପାରିନାହିଁ କିନ୍ତୁ ସେ କାର୍ୟ୍ୟରତ ଶିକ୍ଷକ ବୋଲି ଜଣାପଡ଼ିଛି।