(ଶିଳାସ୍ମିତା ରାୟ) ଭୁବନେଶ୍ୱର: ୪୦ ବର୍ଷ ଧରି ବ୍ଲାକ ହୋଲକୁ ନେଇ ଚାଲିଥିବା ଗବେଷଣାରେ ବୈଜ୍ଞାନିକମାନେ କିଛି ସଫଳତା ହାସଲ କରିଛନ୍ତି। ଗୁରୁବାର ଦିନ ବୈଜ୍ଞାନିକମାନେ ବ୍ଲାକ୍ ହୋଲ୍ର କାର୍ଯ୍ୟକଳାପ ଓ ଏହାର ଗୁରୁତ୍ୱ ଉପରେ ଏକ ସଫଳତା ପାଇଛନ୍ତି । ଫଳରେ ତାରକା ଭକ୍ଷଣକାରୀ ଏହି ମହାକାଶୀୟ ଦାନବ କେମିତି ସମସ୍ତ ବସ୍ତୁକୁ ଭକ୍ଷଣ କରୁଛି ସେ ସଂକ୍ରାନ୍ତରେ ମହାଜାଗତିକ ଜିନିଷର ଫଟୋ ପାଇବା ସହ ଏହାର ରହସ୍ୟ କେତେକାଂଶରେ ଉନ୍ମୋଚନ କରିଛନ୍ତି ।
ବ୍ଲାକ ହୋଲ ସେତେବେଳେ ସୃଷ୍ଟି ହୁଏ ଯେତେବେଳେ ଗୋଟିଏ ବିରାଟ ନକ୍ଷତ୍ର ଆପଣାଛାଏଁ ନଷ୍ଟ ହୋଇଯାଏ। ଏହା ନଷ୍ଟ ହେବା ପରେ ଏହାର ମାଧ୍ୟକର୍ଷଣ ଶକ୍ତି ମହାକାଶରେ ଥିବା ଅନ୍ୟାନ୍ୟ ପଦାର୍ଥକୁ ତା ଆଡକୁ ଟାଣିନିଏ । ବାସ୍ତବରେ ଏହା କୌଣସି ହୋଲ ବା ଗାତ ନୁହେଁ । ମାଧ୍ୟାକର୍ଷଣ ବଳରେ ଏକାଧିକ ପଦାର୍ଥ ସେହି ଆଡକୁ ଟାଣିହୋଇ ଯିବା ଫଳରେ ଯେଉଁ ପଥର ସୃଷ୍ଟି ହୁଏ ତାହା ଏକ ଗାତ ପରି ଜଣାଯାଏ । ଏହା ମଧ୍ୟ ଦେଇ ଆଲୋକ ରଶ୍ମୀ ମଧ୍ୟ ଖସି ଯାଇ ପାରେ ନାହିଁ।
ବାଷ୍ପ, ଧୂଳି ଓ ଅନ୍ୟାନ୍ୟ ମହାଶୂନ୍ୟ ଆବର୍ଜନା ଶୋଷି ନେଉଥିବା ବ୍ଲାକ ହୋଲ କ୍ରମେ ଚକ୍ରାକାର ଧାରଣ କରେ। ଏହା ଚାରିପଟେ ବେଢ଼ିଥାଏ ବ୍ରହ୍ମାଣ୍ଡର ଉଜ୍ଜ୍ୱଳତମ ଜିନିଷ ସବୁ। ଫଳରେ ଏହି ଚକ୍ର ଝାପ୍ସା ଦେଖାଯାଏ।