ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ବୈଜ୍ଞାନିକ ଶୈଳୀ ପ୍ରଦର୍ଶନ

ଦୁଇଦିନିଆ ପୁରୀ ଜିଲ୍ଲାସ୍ତରୀୟ ପିଏମଶ୍ରୀ ଉତ୍ସବ ନିମାପଡ଼ା ବାରବାଟି ପଡିଆ ଠାରେ ଉଦଘାଟନ କରି ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଓ ସମଗ୍ର ଶିକ୍ଷା ପକ୍ଷରୁ ଆୟୋଜିତ ଏହି ଉତ୍ସବ ୨ଦିନ ଧରି ଚାଲିବ। ଶିକ୍ଷାନିତୀ -୨୦୨୦ ଆଧାରରେ ବିଦ୍ୟାଳୟଗୁଡିକୁ କୌଶଳ ଯୁକ୍ତ ଆଦର୍ଶ ବିଦ୍ୟାଳୟ ଭାବେ ଗଢି ତୋଳିବାର ଲକ୍ଷ୍ୟ ରହିଛି । । ଫଳରେ ଗ୍ରାମାଞ୍ଚଳରେ ଉଚ୍ଚ ମାନର ର ଶିକ୍ଷା ଉପଲବ୍ଧ ହୋଇପାରିବ ।

ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ଏବଂ ଏଆଇ ଭଳି ନୂଆ ପ୍ରଯୁକ୍ତି ବିଦ୍ୟା ସହ ପରିଚୟ କରାଇ ସେମାନଙ୍କୁ ଏହା ଆହୁରି ଆଗକୁ ନେବ ବୋଲି ଉପ ମୁଖ୍ୟମନ୍ତ୍ରୀ କହିଥିଲେ । ସ୍ବପ୍ନ ଦେଖ  ଆଉ ପରିଶ୍ରମ ବଳରେ ତାକୁ ସାକାର କର ବୋଲି  ଛାତ୍ରଛାତ୍ରୀଙ୍କ ଦ୍ବାରା ୨୦୩୬ ବେଳକୁ ବିକଶିତ ନିମାପଡା କିଭଳି ହେବ,ଆଦର୍ଶ ଛାୟା ସଂସଦ, ପିଏମଶ୍ରୀ ବିଜନେସ ସମିଟ୍, ଜିଜ୍ଞାସା କ୍ଲବ, ଟ୍ୟାଲେଣ୍ଟ ଗ୍ୟାଲେରୀ, ସାହିତ୍ୟ   ସୃଜନୀ  ଭଳି ପ୍ରଦର୍ଶିତ ବିଭିନ୍ନ ଷ୍ଟଲରେ ଛାତ୍ରଛାତ୍ରୀ ମାନଙ୍କ ନୂତନ ଚିନ୍ତାଧାରା,ସୃଜନଶୀନ ବ୍ୟାବସାୟିକ କୌଶଳ ଆଦି ସେ ବହୁ ପ୍ରଶଂସା କରିଥିଲେ।