ହିଟ ୱେଭ ପାଇଁ ସକାଳ ସାଢେ୬ ଟାରୁ ୧୦ ପର୍ଯ୍ୟନ୍ତ ଖୋଲା ରହିବ ସ୍କୁଲ

ସମ୍ବଲପୁର: ହିଟ ୱେଭ ପାଇଁ ସମ୍ବଲପୁରରେ ବଦଳିଲା ସ୍କୁଲ ସମୟ । ଏନେଇ ସମ୍ବଲପୁର ଜିଲ୍ଲାପାଳ ଜାରି କଲେ ନିର୍ଦ୍ଦେଶନାମା । ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ସକାଳ ସାଢେ୬ ଟାରୁ ୧୦ ପର୍ଯ୍ୟନ୍ତ ଖୋଲା ରହିବ । ସେହିପରୀ ଶ୍ରମିକମାନେ ଦିନ ୧୧ଟାରୁ ଅପରାହ୍ନ ସାଢେ ୩ଟା ପର୍ଯ୍ୟନ୍ତ କାମ କରିବା ଉପରେ କଟକଣା ଜାରି କରାଯାଇଛି । ଏହା ସହ ହସ୍ପିଟାଲ ଗୁଡିକରେ ଅଂଶୁଘାତ ୱାର୍ଡ ଖୋଲିବା ନେଇ ନିର୍ଦ୍ଦେଶ ଦେବା ସହ ସମୀକ୍ଷା କରିଛନ୍ତି ଜିଲ୍ଲାପାଳ । ସେହିପରି ଜଳଛତ୍ର ଖୋଲିବା ସହ ପାନୀୟ ଜଳ ସମସ୍ୟା ଥିବା ଅଞ୍ଚଳରେ ଟ୍ୟାଙ୍କର ମାଧ୍ୟମରେ ପାଣି ଯୋଗାଣ କରିବାକୁ କୁହାଯାଇଛି । ଏନେଇ ଜିଲ୍ଲାର ସମସ୍ତ ବିଡିଓ , ତହସିଲଦାର , ଡିଇଓ ଓ ବିିଇଓଙ୍କୁ ନିର୍ଦ୍ଦେଶ ନାମା ଜାରି କରାଯାଇଛି ।
ଅନ୍ୟପଟେ ଜିଲ୍ଲାର ପ୍ରାୟ ୫ ଦିନ ହେବ ୪୦ ଡିଗ୍ରୀ ତାପମାତ୍ରା ରହୁଛି । ଏକାଧିକ ସ୍ଥାନରେ ୪୧ ଡିଗ୍ରୀ ତାପମାତ୍ରା ରହୁଛି । ଏଭଳି ସ୍ଥରେ ଛାତ୍ରଛାତ୍ରୀ ମାନେ ପୂର୍ବାହ୍ନ ସାଢେ ୧୧ଟାରେ ଫେରିବା ବେଳେ ମଧ୍ୟ ହଇରାଣ ହେଉଥିଲେ । ଏପରେ ରାଜ୍ୟରେ ସକାଳ ୮ଟାରୁ ଟାଇଁଟାଇଁ ଖରା ଅନୁଭୂତ ହେଉଛି ।