ମୁମ୍ବାଇ ୨୭/୦୫: ଅଭିନେତା କେଭିନ କ୍ଲାର୍କଙ୍କ ଫ୍ୟାନ୍ସମାନଙ୍କ ପାଇଁ ଏକ ଦୁଃଖଦ ଖବର । ସଡକ ଦୁର୍ଘଟଣା ହେତୁ କେଭିନ ଏହି ଦୁନିଆକୁ ବିଦାୟ ଦେଇଛନ୍ତି। ଏହି ଦୁଃଖଦ ଖବର ସାମ୍ନାକୁ ଆସିବା ପରେ ଫ୍ୟାନ୍ସମାନଙ୍କ ଠାରୁ ଷ୍ଟାର୍ ପର୍ଯ୍ୟନ୍ତ କେଭିନଙ୍କୁ ସୋସିଆଲ ମିଡିଆରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି।
ବାସ୍ତବରେ, ମେ ୨୬ ବୁଧବାର ଦିନ ଚିକାଗୋ ରାସ୍ତାରେ ସାଇକେଲ ଚଳାଉଥିବା ସମୟରେ ଏକ କାର୍ ତାଙ୍କୁ ଧକ୍କା ଦେଇଥିଲା, ଯାହାଫଳରେ କେଭିନଙ୍କର ମୃତ୍ୟୁ ହୋଇଥିଲା। କେଭିନ କ୍ଲାର୍କ ୨୦୦୩ ରେ ଜ୍ୟାକ୍ ବ୍ଲାକଙ୍କ ସହ ‘ସ୍କୁଲ୍ ଅଫ୍ ରକ୍’ରେ ଡ୍ରମର ଫ୍ରେଡି’ ସ୍ପାଜି ମ୍ୟାକ୍ଜି ‘ଜୋନ୍ସ ଭୂମିକା ଗ୍ରହଣ କରିଥିଲେ । ତାଙ୍କର ଏହି ଚରିତ୍ରର ଫ୍ୟାନ୍ସମାନେ ଆଜି ମଧ୍ୟ ଅଛନ୍ତି ।
କେଭିନଙ୍କ ମୃତ୍ୟୁ ପରେ ପୋଲିସ ବୟାନରେ କହିଛି ଯେ କ୍ଲାର୍କ ସାଇକେଲ ନେଇ ଲୋଗାନ ବୁଲଭାର୍ଡରେ ପୂର୍ବ ଦିଗକୁ ଯାଉଥିବାବେଳେ, ପଶ୍ଚିମ ଆଭେନ୍ୟୁରେ ଦକ୍ଷିଣକୁ ଯାଉଥିବା ଏକ ଗାଡି ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାର କିଛି ସମୟ ପରେ କେଭିନଙ୍କୁ ଡାକ୍ତରଖାନା ନିଆଯାଇଥିଲେ ସୁଦ୍ଧା, ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ବ୍ଲାକ୍ ‘ସ୍କୁଲ୍ ଅଫ୍ ରକ୍’ରେ ଅଭିନୟ କରିବା ପରେ ମଧ୍ୟ କ୍ଲାର୍କ ଡ୍ରମ୍ ବଜାଇବା ଜାରି ରଖିଥିଲେ। ସୂଚନା ଅନୁଯାୟୀ, କ୍ଲାର୍କ ନିକଟରେ ବ୍ୟାଣ୍ଡ ଜେସ୍ ବେସ୍ ଏବଂ ଇଣ୍ଟେଣ୍ଟାନ୍ସ ସହିତ କାମ କରିଥିଲେ।