ମାଲକାନାଗିରି(ସୂର୍ଯ୍ୟକାନ୍ତ ବେହେରା): ଆଜି ମାଲକାନଗିରି କୁଡୁମୁଲୁଗୁମ୍ମା ସ୍ଥିତ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ପରିଚାଳନା ପରିଷଦର ଦୁଇ ଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ତାଲିମ ଶିବିରକୁ ପ୍ରଧାନ ଶିକ୍ଷକ ଦିଲ୍ଲିପ କୁମାର ଗଣ୍ଡ ସଭାପତିତ୍ୱ କରିଥବା ବେଳେ ସ୍ଥାନୀୟ ସି.ଆର.ସି ଅଜୟ କୁମାର ପୃଷ୍ଟି, ସହକାରୀ ପ୍ରଧାନ ଶିକ୍ଷକ ବିଜୟ କୁମାର ସାହୁ, ଝଗଉ ସଭାପତି ଦିବାକର ସୁନାଙ୍କ ଆତିଥ୍ୟରେ ବୈଠକ ପରିଚାଳନା ହୋଇଥିଲା । ମୁଖ୍ୟତଃ ବିଦ୍ୟାଳୟରେ ଶିକ୍ଷାର ମାନ ଓ ସଂସ୍କାର ଦିଗ ସହିତ ଭୌତିକ ଶିକ୍ଷା, ନୈତିକ ଶିକ୍ଷା, ସାଂଗଠନିକ ସଂସ୍କାର, ବୈଧିକ ଶିକ୍ଷା ପଦ୍ଧତି ଓ ସାମାଜିକ ପରିବେଶ ଅନୂକୁଳ ଶିକ୍ଷାକୁ ଗୁରୁତ୍ୱ ପ୍ରଦାନ କରିଥିଲେ । ପିଲାମାନଙ୍କ ଓ ଶିକ୍ଷକ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରିବା ପାଇଁ ନୈତିକ ମୂଲ୍ୟବୋଧର ଶିକ୍ଷାକୁ ଗୁରୁତ୍ୱ ଦେବା ସହ ଶିକ୍ଷାଦାନ ପ୍ରଣାଳୀରେ ଉନ୍ନତିକରଣ ପାଇଁ ପରିଚାଳନା କମିଟି ଓ ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ଚେଷ୍ଟା କରିଛନ୍ତି । ତେବେ ଏହି ବିଦ୍ୟାଳୟର ପୁରୁଣା ଗୌରବ ପୁଣି ଥରେ ଫେରି ଆସିବ ବୋଲି ଶିକ୍ଷକ ବିଜୟ ସାହୁ କହିଛନ୍ତି ।
ବିଦ୍ୟାଳୟ ଓ ବଗିଚାର ସୌନ୍ଦର୍ଯୀକରଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ସଭ୍ୟ ଭଗବାନ ସାହୁ ଏହି କାର୍ଯ୍ୟକ୍ରମରେ ପ୍ରସ୍ତାବ ଦେଇଥିଲେ । ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ ଉପ ସଭାପତି ଗିତାଞ୍ଜଳୀ ପ୍ରଧାନ, ସଦସ୍ୟ ଭଗବାନ ସାହୁ, ଚାଇଲ୍ଡ ଲାଇନ ତରଫରୁ ଉମାକାନ୍ତ ବରାଳ, ଅଙ୍ଗନବାଡି କର୍ମୀ ପାପା ଖିଲ, ପ୍ରଶାନ୍ତ ଜେନା, ଶିକ୍ଷକ ସୁଧାକର ନାୟକ, ସଦସ୍ୟା ମମତା ଦାଶ, ଦୀପକ ବେନ୍ୟା ଓ ନୀରଞ୍ଜନ ପୂଜାରୀ ପ୍ରମୁଖ ତାଲିମ ଶିବିରରେ ଯୋଗ ଦେଇଥିଲେ ।