ଭୁବନେଶ୍ୱର : ଆଗାମୀ ସୋମବାର ଠାରୁ ଖୋଲିବ ଦିଲ୍ଲୀରେ ସ୍କୁଲ, କଲେଜ । ଦିଲ୍ଲୀରେ ବାୟୁ ପ୍ରଦୂଷଣ ପାଇଁ ନଭେମ୍ବର ୧୩ରୁ ବନ୍ଦ ଥିଲା ସମସ୍ତ, ସ୍କୁଲ ଓ କଲେଜ । ବର୍ତ୍ତମାନ ସୁଦ୍ଧା ଦିଲ୍ଲୀରେ ବାୟୁ ପ୍ରଦୂଷଣ ଲଗାତାର ଭାବେ ବଢିବାରେ ଲାଗିଛି ।
ଜାତୀୟ ରାଜଧାନୀ ଦିଲ୍ଲୀରେ ଏବେ ବି ବାୟୁର ଗୁଣବତ୍ତା ‘ବହୁତ ଖରାପ’ ଶ୍ରେଣୀରେ ରହିଛି । ସିଷ୍ଟମ ଅଫ୍ ଏୟାର କ୍ବାଲିଟି ଆଣ୍ଡ ଓ୍ବେଦର ଫୋରକାଷ୍ଟିଂ ଆଣ୍ଡ ରିସର୍ଚ୍ଚ ଅନୁସାରେ ଦିଲ୍ଲୀର ହାରାହାରି ଏୟାର କ୍ବାଲିଟି ଇଣ୍ଡେକ୍ସ ଆଜି ୩୫୫ ରେକର୍ଡ କରାଯାଇଛି । ବାୟୁର ଗୁଣବତ୍ତା ବହୁତ ଖରାପ ଶ୍ରେଣୀରେ ରହିଛି କିନ୍ତୁ ଗତ ସପ୍ତାହ ସହ ଯଦି ତୁଳନା କରିବା ତାହାଲେ ଏଥିରେ ସାମାନ୍ୟ ସୁଧାର ଆସିଛି । ଗତ ସପ୍ତାହରେ ଏୟାର କ୍ବାଲିଟି ଇଣ୍ଡେକ୍ସ ୪୦୦ ରେକର୍ଡ କରାଯାଇଥିଲା ।