ଭୁବନେଶ୍ୱର : କାଳିଆ ଛାତ୍ର ବୃତ୍ତିକୁ ଅନୁମୋଦନ କରିଛନ୍ତୀ ମୁଖ୍ୟମନ୍ତ୍ରୀ ଦବୀନ ପଟ୍ଟନାୟକ । ସଂଶୋଧିତ ମାର୍ଗଦର୍ଶିକା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାକୁ ଜାରି କରିଛି । ଏଥର କଳିଆ ଯୋଜନା ହିତାଧିକାରୀ ମାନଙ୍କ ପିଲାଙ୍କୁ ଛାତ୍ରବୃତ୍ତି ମିଳିବ । ପିଜି ପାଇଁ ସର୍ବାଧିକ ୨ ବର୍ଷ ଓ ପିଏଚ୍ଡି ପାଇଁ ସର୍ବାଧିକ ୪ ବର୍ଷ ବୃତ୍ତି ପ୍ରଦାନ କରାଯିବ। ଆଇଟିଆଇ ଟ୍ରେଡର ଛାତ୍ରଛାତ୍ରୀ ମଧ୍ୟ ବୃତ୍ତି ପାଇବେ। ପିଜି,ୟୁଜି ଓ ପିଏଚ୍ଡି ଶିକ୍ଷାନୁଷ୍ଠାନରେ ମାସିକ ହଷ୍ଟେଲ ଖର୍ଚ୍ଚ ୧୨୦୦ ଟଙ୍କା ଏହାସହ ଡିପ୍ଲୋମା, ପଲିଟେକନିକ ଓ ଆଇଟିଆଇ ପିଲାଙ୍କ ମାସିକ ହଷ୍ଟେଲ ଖର୍ଚ୍ଚ ପ୍ରାୟ ୧ ହଜାର ପ୍ରଦାନ କରାଯିବ।