ଜୋହାନ୍ସବର୍ଗ: ଆଗକୁ ଆସୁଛି ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟ । ଏହାପରେ ଖେଳାଯିବ ବହୁ ପ୍ରତିକ୍ଷିତ ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ । ତେବେ ବିସିସିଆଇ ଭାରତୀୟ ଦଳର ବିଶ୍ୱକପର ପରବର୍ତ୍ତୀ ସିରିଜ ପାଇଁ ସୂଚୀ ଜାରି କରିଛି । ବିଶ୍ୱକପ ପରେ ଭାରତ ଦକ୍ଷିଣ ଆଫ୍ରିକା ଗସ୍ତ କରିବ ବୋଲି ଦକ୍ଷିର ଆଫ୍ରିକା କ୍ରିକେଟ ବୋର୍ଡ ପକ୍ଷରୁ ମ୍ୟଚ ସୂଚୀ ଜାରି ହୋଇଛି ।
ଉଭୟ ଦଳ ମଧ୍ୟରେ ୩ଟି ଟେଷ୍ଟ, ୪ ଟି-ଟ୍ୱେଣ୍ଟି ଏବଂ ୩ଟି ଦିନିକିଆ ମ୍ୟାଚ ଖେଳାଯିବ । ଆସନ୍ତା ଡିସେମ୍ବର ୧୭ ତାରିଖରେ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଆୟାଜିତ ହେବ ଏହି ଗସ୍ତର ପ୍ରଥମ ମ୍ୟାଚ । ପ୍ରଥମେ ଟେଷ୍ଟ, ପରେ ଦିନିକିଆ ଏବଂ ଶେଷରେ ଟି-ଟ୍ୱେଣ୍ଟି ମ୍ୟାଚ ୨୦୨୨ ଜାନୁୟାରୀ ୨୫ ଯାଏଁ ଖେଳାଯିବ ।
ଭାରତ- ଦକ୍ଷିଣ ଆଫ୍ରିକା ଖେଳସୂଚୀ :-
ଟେଷ୍ଟ ସିରିଜ
୧- ପ୍ରଥମ ଟେଷ୍ଟ- ଡିସେମ୍ବର ୧୭ରୁ ୨୧
୨- ଦ୍ୱିତୀୟ ଟେଷ୍ଟ- ଡିସେମ୍ବର ୨୬ରୁ ୩୦
୩- ତୃତୀୟ ଟେଷ୍ଟ- ଜାନୁଆରୀ ୩ରୁ ୭
ଦିନିକିଆ ସିରିଜ
୧- ପ୍ରଥମ ଦିନିକିଆ- ଜାନୁଆରୀ ୧୧ ତାରିଖ
୨- ଦ୍ୱିତୀୟ ଦିନିକିଆ- ଜାନୁଆରୀ ୧୪ ତାରିଖ
୩- ତୃତୀୟ ଦିନିକିଆ- ଜାନୁଆରୀ ୧୬ ତାରିଖ
ଟି-୨୦ ସିରିଜ୍
୧- ପ୍ରଥମ ଟି-୨୦- ଜାନୁଆରୀ ୧୯
୨- ଦ୍ୱିତୀୟ ଟି-୨୦- ଜାନୁଆରୀ ୨୧
୩- ତୃତୀୟ ଟି-୨୦- ଜାନୁଆରୀ- ୨୩
୪- ଚତୁର୍ଥ ଟି-୨୦- ଜାନୁଆରୀ ୨୫