ନ୍ୟାୟ ପାଇବକି ସୌମ୍ୟଙ୍କ ପରିବାର?
ଉଦଳା, ଦୀପକ ମିଶ୍ର: ମୃତ ଏସିଏଫ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ଙ୍କ ଘରେ କ୍ରାଇମ ବ୍ରାଞ୍ଚ ପହଞ୍ଚି ଜେରା ଆରମ୍ଭ କରିଛୀ । ତେବେ ବିଦ୍ୟାଭାରତୀଙ୍କୁ ଜେରା କରିବା ପାଇଁ ଦୁଇ ମହିଳା ପୁଲିସଙ୍କ ସହ କ୍ରାଇମବ୍ରାଞ୍ଚ ପହଞ୍ଚିଛି । ତେବେ ବିଦ୍ୟା ଭାରତୀଙ୍କ ବୟାନ ପ୍ରକୃତ ଦୋଷୀକୁ ଧରାଇ ପାରିବ କି? ମିଳିବ କି କିଛି ବଳିଷ୍ଠ ପ୍ରମାଣ ? ନା ପୁଣି ନିରାଶ ହେବାକୁ ପଡିବ ସୌମ୍ୟଙ୍କ ପରିବାରକୁ ? ଏ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି । କାରଣ ଗତ କାଲି ସୌମ୍ୟଙ୍କ ପରିବାରକୁ ଜେରା କରିଥିଲା କ୍ରାଇମବ୍ରାଞ୍ଚ ଯେଉଁଥିରେ ଅସନ୍ତୁଷ୍ଠ ଥିଲେ ସୌମ୍ୟଙ୍କ ପରିବାର । ସୌମ୍ୟଙ୍କ ମୃତ୍ୟୁ ଘଟଣାରେ ଅଭିଯୁକ୍ତ କୁହାଯାଉଥିବା ୩ ଜଣଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ଠାରେ ଡ଼ିଏଫଓ ଓ ରୋଷେୟାଙ୍କୁ ଜେରା କରି ସାରିଥିବା ବେଳେ ଆଜି ମୁଖ୍ୟ ଅଭିଯୁକ୍ତ କୁହାଯାଉତିବା ବିଦ୍ୟାଭାରତୀଙ୍କ ଘରେ ଏକ ୫ ଜଣିଆ କ୬ାଇମ ବ୍ରାଞ୍ଚ ଟିମ ପହଞ୍ଚି ଜେରା କରିଛି ଜେରା ପରେ ହିଁ ବିଦ୍ୟା କଣ କହିଲେ ତାହା ଜଣା ପଡିବ ।