ସୌମ୍ୟଙ୍କ ଘରେ କ୍ରାଇମବ୍ରାଞ୍ଚ ! ଜେରା ହେବେ ବିଦ୍ୟା ଭାରତୀ
(ଭୁବନେଶ୍ୱର, ଆଦର୍ଶ ରାଉତ): ପାରଳାଖେମୁଣ୍ଡି ଏସିଏଫ ସୌମ୍ୟ ମୃତ୍ୟୁ ଘଟଣାର ଅଡୁଆ ସୁତା ଭଳି ଗୁଡେଇ ହୋଇ ଚାଲିଛି । ପୁଲିସ ଏ ଯାଏଁ ତାର ଖିଅ ପାଉନି । ଏସିଏଫ ସୌମ୍ୟ ମୃତ୍ୟୁ ଡେଥ୍ ମିଷ୍ଟ୍ରିର ଖିଅ ଖୋଜୁଛି କ୍ରାଇମ ବ୍ରାଞ୍ଚ । ଏ ନେଇ ଜେରା କରିବାକୁ ଖଇରାରେ ଏକ ୪ ଜଣିଆ କ୍ରାଇମ ବ୍ରାଞ୍ଚ ପହଞ୍ଚିଛନ୍ତି । କ୍ରାଇମବ୍ରାଞ୍ଚ ଡିଏସପି ଜ୍ଞାନରଞ୍ଜନ ମିଶ୍ରଙ୍କ ନେତୃତ୍ବରେ ବେଗୁନିଆ ସ୍ଥିତ ମୃତ ଏସିଏଫ ସୌମ୍ୟରଞ୍ଜନଙ୍କ ଘରେ ପହଞ୍ଚିଲେ କ୍ରାଇମବ୍ରାଞ୍ଚର ୪ ଜଣିଆ ଟିମ୍ । ବାପା, ମା’, ମାମୁଁ, ମାଇଁ, ଭାଇଙ୍କଠାରୁ ତଥ୍ୟ ସଂଗ୍ରହ କରିବ କ୍ରାଇମବ୍ରାଞ୍ଚ ଟିମ୍ । ସୌମ୍ୟଙ୍କର ପରିବାର କରିଥିବା ଅଭିଯୋଗକୁ ଆଧାର କରି ବିଦ୍ୟା ଭାରତୀକୁ ଜେରା କରିବା ନେଇ ମଧ୍ୟ ସୂଚନା ମିଳିଛି ।