ଏନସିବିର ମହାନିର୍ଦ୍ଦେଶକ ହେଲେ ସତ୍ୟନାରାୟଣ ପ୍ରଧାନ

ନୂଆଦିଲ୍ଲୀ : ବରିଷ୍ଠ ଆଇପିଏସ୍ ସତ୍ୟନାରାୟଣ ପ୍ରାଧାନ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ପୂର୍ଣ୍ଣକାଳୀନ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି । ସତ୍ୟାନାରାୟଣ ପ୍ରଧାନ ୧୯୮୮ ବ୍ୟାଚ ଝାଡଖଣ୍ଡ କ୍ୟାଡରର ଓଡିଆ ଆଇପିଏସ୍ ଭାବେ ଯୋଗ ଦେଇଥିଲେ । ୨୦୧୪ ଅଗଷ୍ଟ ୩୧ରେ ଅବସର ପର୍ଯ୍ୟନ୍ତ ସେ ତାଙ୍କ ଦାୟିତ୍ୱରେ ରହିବେ । ପୂର୍ବରୁ ଏନଡିଆରଏଫର ମହାନିର୍ଦ୍ଦେଶକ ଥିଲେ ଏସ.ଏନ୍ ପ୍ରଧାନ । ଏନଡିଆରଏଫର ସହ ଏନସିବିର ଇନଚାର୍ଜ ଡିଜି ଭାବେ ଅତିରିକ୍ତ ଦାୟିତ୍ୱରେ ଥିଲେ । ପୂର୍ବରୁ ଏନଡିଆରଏଫର ମହାନିର୍ଦ୍ଦେଶକ ଥିଲେ ଏସଏନ ପ୍ରଧାନ ।