(କଳ୍ପତରୁ ଜେନା / ଭୁବନ): ସ୍ୱତନ୍ତ୍ର ରାଜ୍ୟପାହ୍ୟା ପାଇଁ ଅକ୍ଲାନ୍ତ ପରିଶ୍ରମରେ ଲାଗି ପଡିଛନ୍ତି ରାଜ୍ୟର ଅନେକ ରାଜନୈତିକ ଦଳ ଏବଂ ସାମାଜିକ ଅନୁଷ୍ଠାନ । ତଥାପି ରାଜ୍ୟ ପାହ୍ୟାରୁ ବଞ୍ଚିତ ଓଡିଶା । ଆଉ ୟା ଭିତରେ କିଛି ନିଆରା ପ୍ରୟାସ କରିଛନ୍ତି ଜଗତସିଂହପୁର ଜିଲ୍ଲା ବାଲିକୁଦ ବ୍ଲକର ଉଦ୍ୟମାନ ଯୁବକ ସତ୍ୟବ୍ରତ ଦାସ । ଗତ ବର୍ଷ ଜୁଲାଇ ମାସରୁ ଆରମ୍ଭ କରିଥିବା ତାଙ୍କ ପଦଯାତ୍ରା ଅଦ୍ୟାବଧି ୨୫୭ ଟି ବ୍ଲକରେ ଯାତ୍ରା ଶେଷ କରି ଆଜି ଭୁବନ ବ୍ଲକରେ ପହଁଞ୍ଚି ପାରିଛନ୍ତି ସତ୍ୟବ୍ରତ ।୧୫ ମାସ ଭିତରେ ଦୀର୍ଘ ୮ ହଜାର କିଲୋମିଟରର ଅକ୍ଲାନ୍ତ ଯାତ୍ରାରେ ସେ କେବେ ଥକି ପଡି ନାହାଁନ୍ତି । ଲକ୍ଷ ହେଉଛି ଓଡ଼ିଶାର ୩୧୪ ଟି ବ୍ଲକର ସମସ୍ତ ବିଡ଼ିଓଙ୍କୁ ମହାମହିମା ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଓଡିଶାକୁ ଏକ ସ୍ୱତନ୍ତ୍ର ରାଜ୍ୟପାହ୍ୟା ଦାବିରେ ଦାବିପତ୍ର ପ୍ରଦାନ । ଆଜି ଭୁବନ ବ୍ଲକରେ ପହଞ୍ଚି ନିଜର ଦାବିପତ୍ର ପ୍ରଦାନ କରିଛନ୍ତି ସତ୍ୟବ୍ରତ । ଆଗାମୀ ବର୍ଷ ଜାନୁଆରୀ ମାସରେ ତାଙ୍କର ଏହି ଲକ୍ଷ ପୂରଣ ହେବ ବୋଲି ସେ ମତବ୍ୟକ୍ତ କରିଛନ୍ତି । ତାଙ୍କର ଏହି ନିଆରା ପ୍ରୟାସକୁ ବୁଦ୍ଧିଜୀବୀ ମହଲରେ ବେଶ ପସନ୍ଦ କରିଛନ୍ତି ।