ନୂଆଦିଲ୍ଲୀ: ବିଜେଡିର ରାଜ୍ୟସଭା ସାଂସଦ ଡଃ ସସ୍ମିତ ପାତ୍ର ରାଜ୍ୟସଭାର ଉପାଧ୍ୟକ୍ଷ ପ୍ୟାନେଲରେ ପୁନଃ ନିଯୁକ୍ତି ପାଇଛନ୍ତି। ରାଜ୍ୟସଭା ଉପାଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଏହି ନିଯୁକ୍ତି ଦେଇଛନ୍ତି। ଡଃ ପାତ୍ରଙ୍କ ସହିତ ଭୁବନେଶ୍ୱର କାଳିତା, ଇନ୍ଦୁବାଲା ଗୋସ୍ୱାମୀ, ଡଃ ଏଲ ହନୁମନ୍ତିଆ, ତ୍ରିଚି ଶିବା, ଭି ବିଜୟ ସାଇ ରେଡ୍ଡ୍ୀ ପ୍ରମୁଖଙ୍କୁ ମଧ୍ୟ ରାଜ୍ୟସଭାର ଉପାଧ୍ୟକ୍ଷ ଶ୍ରୀ ନାଇଡୁ ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରେ ନିଯୁକ୍ତି ଦେଇଛନ୍ତି। ଓଡ଼ିଶାର ସାଂସଦ ଅଧିବେଶନ ସମୟରେ ଏବଂ ରାଜ୍ୟସଭା ଅଧ୍ୟକ୍ଷଙ୍କ ଆବଶ୍ୟକତା ଅନୁଯାୟୀ ଗୃହରେ ଅଧ୍ୟକ୍ଷତା କରିବେ ବୋଲି ଏହି ପଦବୀ ଗୁରୁତ୍ୱପୂର୍ଣ୍ଣ ରହିଛି। ରାଜ୍ୟସଭାରେ ଉପାଧ୍ୟକ୍ଷଙ୍କ ପ୍ୟାନେଲ୍ ଗୃହରେ ଅଧ୍ୟକ୍ଷତା କରୁଥିବାବେଳେ ଗୃହରେ ସମାନ ପଦବୀରେ ରହିଛନ୍ତି। ସୂଚନା ଅନୁସାରେ ଜୁଲାଇ ୨୪, ୨୦୨୦ରେ ଡଃ ପାତ୍ର ରାଜ୍ୟସଭାର ଉପାଧ୍ୟକ୍ଷ ପ୍ୟାନେଲକୁ ମନୋନୀତ ହୋଇଥିଲେ। ୨୦ ବର୍ଷ ମଧ୍ୟରେ ପ୍ୟାନେଲରେ ମନୋନୀତ ହୋଇଥିବା ପ୍ରଥମ ଓଡିଆ ସାଂସଦ ବୋଲି ଜଣାପଡିଛି।