(ଭୁବନେଶ୍ୱର): ବିଜେଡିରୁ ବହିଷ୍କୃତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀ ସର୍ବେଶ୍ୱର ରାଓ ଗିରଫ ହୋଇଛନ୍ତି । ଠକେଇ ଅଭିଯୋଗରେ କ୍ରାଇମବ୍ରାଞ୍ଚ ଏସଆଇଟି ଆଜି ତାଙ୍କୁ ଗିରଫ କରିଛି । ପ୍ରଥମେ କ୍ରାଇମବ୍ରାଞ୍ଚ ତାଙ୍କୁ ହେପାଜତକୁ ନେଇଥିଲା । ଜେରା ବେଳେ ପ୍ରଦୀପ-ଆକାଶ ପାଠକଙ୍କ ଠକେଇରେ ତାଙ୍କର ସିଧାସଳଖ ସମ୍ପୃକ୍ତି ନେଇ ତଥ୍ୟ ପଦାକୁ ଆସିଥିଲା । ଚାକିରୀ କରାଇଦେବା ପାଇଁ ଟଙ୍କା ଆଦାୟ ଅଭିଯୋଗରେ ସର୍ବେଶ୍ୱର ଗିରଫ ହୋଇଛନ୍ତି । ସୂଚନାଯୋଗ୍ୟ, ପ୍ରଦୀପଙ୍କ ଅତି ନିକଟର ସହଯୋଗୀ ହେଉଛନ୍ତି ସର୍ବେଶ୍ୱର । ଆକାଶ ପାଠକଙ୍କ ପିଏ ଡେଭିଡ ପିଟରରଙ୍କ ଖୁଲାସା ପରେ ତାଙ୍କ ନାଁ ସାମ୍ନାକୁ ଆସିଥିଲା । ସ୍ୱାସ୍ଥ୍ୟପରୀକ୍ଷା ପରେ ତାଙ୍କୁ କୋର୍ଟଚାଲାଣ କରାଯିବ ।