ଅଧାରୁ ବନ୍ଦ ହେଲା ସାରଥୀ ବାବା ପୂଜା

କେନ୍ଦ୍ରାପଡା-: ସାରଥୀ ବାବା ଭକ୍ତଙ୍କୁ ଅଣ୍ଡା ମାଡ଼ । ଅଧାରୁ ବନ୍ଦ ହେଲା ସାରଥୀ ବାବା ପୂଜା । ସାରଥୀଙ୍କ ପୂଜାକୁ ତୀବ୍ର ବିରୋଧ । ସାରଥିଙ୍କ ପୂଜା ଓ ସତସଙ୍ଗ ଚାଲିଥିବା ବେଳେ ହେଲା ଅଣ୍ଡାମାଡ଼ । ଅଣ୍ଡାମାଡ଼ ପରେ ବି ବନ୍ଦ ହୋଇ ନଥିଲା ଭଜନ କୀର୍ତ୍ତନ ।  ଲୋକଙ୍କ ବିରୋଧକୁ ଦେଖି ପୋଲିସ ପହଞ୍ଚିବା ସହ ବନ୍ଦ କରିଥିଲା ପୂଜା ।

ସୂଚନାନୁସାରେ ମଙ୍ଗଳବାର ରାତିରେ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୌର ପରିଷଦର  ତିନି ନଂମ୍ବର ୱାର୍ଡ ତନୁପୁର ଗାଁର ତ୍ରିଲୋଚନ ପାତ୍ରଙ୍କ ଘରେ ସାରଥୀ ବାବାଙ୍କ ପୂଜା ଚାଲିଥିଲା । ଏହି ସମୟରେ ଗାଁର ଲୋକମାନେ ଏହାକୁ ଘୋର ବିରୋଧ କରିଥିଲେ । ପୋଲିସ ଉପସ୍ଥିତିରେ ପୂଜାସ୍ଥଳୀକୁ ଲୋକେ ଜୋରଜବରଦସ୍ତ ପ୍ରବେଶ କରିବା ସହ ଜୟ ଶ୍ରୀରାମ ନାରା ଦେଇ ହୋହଲ୍ଲା କରିବା ସହ ଅଣ୍ଡାମାଡ଼ କରିଥିଲେ । ହେଲେ ସାରଥୀଙ୍କ ଅନୁଗାମୀମାନେ ଏଥିପ୍ରତି କର୍ଣ୍ଣପାତ ନ କରି ସତସଙ୍ଗ ଜାରି ରଖିଥିଲେ । ଉତ୍ତେଜନା ବଢ଼ିବାରୁ ପୋଲିସ ସାରଥୀଙ୍କ ଅନୁଗାମୀଙ୍କୁ ସେଠାରୁ ବାହାର କରିଦେଇଥିଲା ।