ଗଜପତି ଜିଲ୍ଲା ଗୋଷାଣି ବ୍ଲକର ବିଭିନ୍ନ ପଞ୍ଚାୟତରେ ଆଜି ବନ ବିଭାଗ ପକ୍ଷରୁ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହେନ୍ଦ୍ର ବନାଞ୍ଚଳ ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗୋଷାଣି ଗୋଷ୍ଠି ଉନ୍ନୟନ ଅଧିକାରୀ ଗୌରଚନ୍ଦ୍ର ପଟ୍ଟନାୟକ, ସହକାରୀ ଯନ୍ତ୍ରୀ ସସ୍ମିତା କୁମାରୀ ଜେନା, ମହେନ୍ଦ୍ରବନାଞ୍ଚଳ ଅଧିକାରୀ ଅମିତ୍ ଶୁଭ୍ରଜିତ୍, ଗାରାବନ୍ଧ ଫରେଷ୍ଟ ଗାର୍ଡ ସନ୍ତୋଷ କୁମାର ପରିଚ୍ଛା ପ୍ରମୁଖ ଉପସ୍ଥିତ ରହି ଦୁଇ ହଜାରରୁ ଉର୍ଦ୍ଧ ଚାରା ବଣ୍ଟନ କରିଥିଲେ । ଗୋଷାଣି ବ୍ଲକର ୨୧ଟି ପଞ୍ଚାୟତରେ ଏହି ଚାରାବଣ୍ଟନ କାର୍ୟ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଆଜି ପ୍ରତ୍ୟେକ ପଞ୍ଚାୟତକୁ ୫୦୦ରୁ ଉର୍ଦ୍ଧ ହିସାବରେ ଚାରୋଟି ପଞ୍ଚାୟତକୁ ଦୁଇହଜାରରୁ ଉର୍ଦ୍ଧ ଚାରା ବଣ୍ଟନ କରାଯାଇଥିଲା । ମୁଖ୍ୟ କରି ଔଷଧୀୟ ବୃକ୍ଷ ଗୁଡିକର ଚାରା ବଣ୍ଟନ କରାଯାଇଥିଲା ।