ଭୁବନେଶ୍ୱର : ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ‘ଶଙ୍ଖ ମୋ ଗର୍ବ’ । ‘ଶଙ୍ଖ ମୋ ଗର୍ବ’ କ୍ୟାମ୍ପେନ ଜରିଆରେ ନିଜ ଦଳର ଦବ୍ ଦବା ଜାହିର କରିବା ସହ ଦଳର ଗାରିମା ଅକ୍ଷୁର୍ଣ୍ଣ ରଖିବା ପାଇଁ ଉଦ୍ୟମ କରିଛି ବିଜେଡି । ଏହାସହ ବିରୋଧୀଙ୍କ ଅପପ୍ରଚାରକୁ କଡା ଜବାବ୍ ଦେବା ପାଇଁ ରୋଡ୍ ମ୍ୟାପ୍ ମଧ୍ୟ ପ୍ରସ୍ତୁତ କରିଛି ବିଜୁ ଜନତା ଦଳ । ବିଜୁ ଜନତା ଦଳର ଏ ଅଭିଯାନକୁ ଭରପୂର ସମର୍ଥନ ମଧ୍ୟ ମିଳିଛି ।
ନେତା ମନ୍ତ୍ରୀ ଙ୍କ ଠୁ ନେଇ ସାଧାରଣ ଲୋକେ ସମସ୍ତେ ସୋସିଆଲ ମିଡିଆରେ ଶଙ୍ଖ ମୋ ଗର୍ବ ଦୌଡରେ ସାମିଲ ହୋଇଛନ୍ତି । ବିଜେଡି ନେତାମାନେ ଦଳୀୟ ଚିହ୍ନ ଶଙ୍ଖକୁ ନିଜ ଗର୍ବ ବୋଲି କହିବା ସହ ବିଭିନ୍ନ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି । ନିକଟରେ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଜରିଆରେ ମଧ୍ୟ ପ୍ରତି ଘରେ ନବୀନଙ୍କ ବିକାଶମୂଳକ ଯୋଜନା ପହଞ୍ଚାଇଥିଲା ବିଜୁ ଜନତା ଦଳ । ଦୀର୍ଘ ଦୁଇ ଦଶନ୍ଧି ଧରି ବିଜୁ ଜନତା ଦଳ ନବୀନ ସରକାର ଓଡିଶାବାସୀଙ୍କ ସୁଖ ଦୁଃଖର ସାଥୀ ପାଲଟିଥିବାବେଳେ ଓଡିଶାକୁ ସମୃଦ୍ଧି ପଥରେ ଆଗେଇ ନେଇଛନ୍ତି । ବର୍ତ୍ତମାନ ଶଙ୍ଖ ପାଲଟିଛି ସମୃଦ୍ଧିର ପ୍ରତୀକ ।