ସମ୍ବଲପୁର /ରମାକାନ୍ତ ବିଶ୍ବାଳ: ସମ୍ବଲପୁର ର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀ ଆଜି ଧଵଳମୁଖୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି l ବର୍ଷ ତମାମ ସିନ୍ଦୁର ବର୍ଣ୍ଣରେ ଦର୍ଶନ ଦେଉଥିବା ମା ସମଲେଶ୍ୱରୀ କେବଳ ମହାଳୟାରେ ଶ୍ଵେତବର୍ଣ୍ଣ ରେ ଦର୍ଶନ ଦେଇଥାନ୍ତି l ଏହାକୁ ଗଙ୍ଗା ଦର୍ଶନ ବେଶ ତଥା ମା ସ ରସ୍ବତୀଙ୍କ ବେଶ ବୋଲି କୁହାଯାଇଥାଏ l ବର୍ଷରେ ଥରେ ମା ଧବଳମୁଖୀ ବେଶରେ ଦର୍ଶନ ଦେଉଥିବାରୁ ମନ୍ଦିର ଏବଂ ମନ୍ଦିର ବାହାରେ ମାଙ୍କୁ ଦର୍ଶନ କରିବା ପାଇଁ ହଜାର ହଜାର ଭକ୍ତ ଲମ୍ବା ଲାଇନ ରେ ଥିବା ଦେଖିବାକୁ ମିଳିଛି l ମା ଏହି ରୂପରେ ଅଢେଇ ଦିନ ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେବେ l ଆଜି ମା ସମଲେଶ୍ୱରୀଙ୍କ ପୂଜକ ମାନେ ମଧ୍ୟ ଧଳା ରଙ୍ଗର ବସ୍ତ୍ର ପରିଧାନ କରି ମାଙ୍କର ଆଳତି ସହ ପୂଜା କରୁଛନ୍ତି l ମା ଙ୍କର ପ୍ରଥମ ଦିନର ଦର୍ଶନରେ ଭକ୍ତ ମାନଙ୍କୁ ଭୋଗ ଫୁଲ ଆଣିବା ପାଇଁ ସମ୍ପୂର୍ଣ ବାରଣ କରାଯାଇଛି l ସେହିପରି ଆଜି ସମଲେଶ୍ୱରୀ ମନ୍ଦିର ରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି l ଏଥିରେ ଜଣେ ଡ଼ିଏସପିଙ୍କ ନେତୃତ୍ୱରେ ଦୁଇ ଜଣ ଇନ୍ସପେକ୍ଟର ୪ ଜଣ ଏସଆଇ ସହ ୪ ସେକ୍ସନ ଫୋର୍ସ ମୃତୟନ ହେଇଛନ୍ତି l