ମୁସଲମାନ ସମ୍ପ୍ରଦାୟର ବିଶ୍ଵ ଆଲମି ଇଜତୋମା ସମ୍ମିଳନୀର ଶୁଭାରମ୍ଭ

(ଯାଜପୁର / ଦୀପକ କୁମାର ) : ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତଃ ବ୍ରହ୍ମ ବରଦା ଠାରେ ଦ୍ଵିତୀୟ ତମ ଇସଲାମ ଧର୍ମର ବିଶ୍ଵ ସ୍ତରୀୟ ଧର୍ମ ସମ୍ମିଳନୀ ଶୁଭାରମ୍ଭ ଆଜି ଠାରୁ ଆରମ୍ଭ ହୋଇଛି।ଏହି ସମ୍ମିଳନୀରେ ବିଶ୍ଵର ତବ୍ଲିକ ଜମାଟ ର ଅମୀର ସାହେବ ବିଶ୍ଵ ସ୍ତରୀୟ ଇସଲାମ ପ୍ରମୁଖ ମୌଲାନା ସାହବ ଡାମନ ବର ତା ଟୋ ମୁଖ୍ୟ ଅତିଥି ଭାବେ ଦିଲ୍ଲୀ ନିଜାମ ଉଦ୍ଦିନ ରୁ ଆସି ଯୋଗ ଦେଇଥିବା ବେଳେ ଦେଶ ବିଦେଶସରୁ ବହୁ ଧରବ ଅବଲମ୍ବୀ ଯୋଗଦେଇଛନ୍ତି। ହିନ୍ଦୁ ,ଇସଲାମ, ଓ ବିଭିନ୍ନ ଧର୍ମ ସମ୍ପ୍ରଦାୟ ମଧ୍ୟରେ ଏକତା ତଥା ଭାଇ ଚାରା ସୃଷ୍ଟି କରିବା ଏହି ସମିଳନୀର ମୁଖ୍ୟ ଉଦେଶ୍ୟ ବୋଲି ଅତିଥି ମାନେ ମତପ୍ରକାଶ କରିଛନ୍ତି । ମୌଲାନା ବାରି, ମହମ୍ମଦ ମୋକିମ, ମହମ୍ମଦ ଇସୁଫ,ମୌଲାନା ହାରୁନ ରସିଦ,ସ କିଲ,ଅଖି, ମୁଫତି ଓବେଦୁଲ୍ଲା,ବଷଷବଜ୍ଞବୟ, ଜାବିର,ପ୍ରମୁଖ ପରିଚାଳନା କରୁ ଥିବା ବେଳେ ଏହି ସମ୍ମିଳନୀ ୪ ଦିନ ବ୍ୟାପି ଚାଲୁ ରହିବ ବୋଲି ସୂଚନା ମିଳିଛି। ସରକାରଙ୍କ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ସୂଚନା ମିଳିଛି। ଉଲ୍ଲେଖ ଥାଉକି ବିଗତ୧୯୯୬ ମସିହାରେ ପ୍ରଥମ ଥର ଏହି ସମିଳନୀ ହୋଇଥିଲା । ବର୍ତମାନ ଦ୍ୱତୀୟ ତମ ସମ୍ମିଳନୀ ଆରମ୍ଭ ହୋଇଛି।