ମୁମ୍ବାଇ: ସଲମାନ ଖାନ ନେଉଛନ୍ତି ଡ୍ରଗ୍ସ । ବଲିଉଡର ଡ୍ରଗ୍ସ ନିଶାରେ ବୁଡି ରହୁଛି । ଏପରି ବିବାଦପୂର୍ଣ୍ଣ ବୟାନ ଦେଇଛନ୍ତି ଯୋଗ ଗୁରୁ ରାମଦେବ ବାବା । ଏହା ଡ୍ରଗ୍ସ କାରବାରରେ ବଲିଉଡର ଦବଙ୍ଗ ଖାନ୍ ସହ ସୁପରଷ୍ଟାର ଶାରୁଖାନ୍ଙ୍କ ପୁଅକୁ ସିଧାସଳଖ ଟାର୍ଗେଟ କରିଛନ୍ତି ରାମଦେବ । ଉତରପ୍ରଦେଶର ଡ୍ରଗ୍ସ ବିରୋଧୀ ଅଭିଯାନର ଶୁଭାରମ୍ଭ ଅବସରରେ ରାମଦେବ ଏପରି ବୟାନ ଦେଇଛନ୍ତି ।
ସୂଚନାମୁତାବକ, ଯୋଗଗୁରୁ ମୁସିଦାବାଦରେ ଏକ ସମାବେଶକୁ ସମ୍ବୋଧିତ କରି କହିଛନ୍ତି ଯେ, ଶାହରୁଖଙ୍କ ପୁଅ ଆର୍ଯ୍ୟନ ଖାନ ଡ୍ରଗ୍ସ ପାର୍ଟିରେ ଡ୍ରଗ୍ସ କରୁଥିବା ବେଳେ ପୋଲିସ ତାଙ୍କୁ ଗିରଫ କରିଥିଲା । ସଲମାନ ଖାନ ଡଗ୍ସ ସେବନ କରଥିବା ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି ରାମଦେବ । ଏହା ସହ ରାମଦେବ ଆହୁରି ମଧ୍ୟ କହିଛନ୍ତି ଯେ, ବଲିଉଡର ସମସ୍ତ ତାରକା ଡ୍ରଗ୍ସ ବା ନିଶା ସେବନ କରୁଛନ୍ତି । ବଲିଉଡ ସହ ରାଜନୀତିରେ ମଧ୍ୟ ଡ୍ରଗ୍ସ ବ୍ୟବହାର ହେଉଛି । ଏହା ସହ ନିର୍ବାଚନ ସମୟରେ ଖୁଲମ ଖୁଲା ମଦ ବଣଟନ କରାଯାଉଛି । ତେବେ ଏହି କାର୍ଯ୍ୟ ବନ୍ଦ ହେବ ଦରକାର । ଏଥିପାଇଁ ଆମେ ଏକ ଆନ୍ଦୋଳନ ଆରମ୍ଭ କରିବୁ ବୋଲି କହିଛନ୍ତି ରାମଦେବ ।