ଘୋଡା ଖାଉଥିବା ଗଛ ପତ୍ରକୁ ବେଶ୍ ଆରାମରେ ଖାଇଲେ ଭାଇଜାନ୍
ବଲିଉଡର ଭାଇଜାନ୍ ସଲମାନ ଖାନ୍। କେତେବେଳେ ତାଙ୍କୁ ପେଣ୍ଟି କରିବା ଭଲ ଲାଗେ ତ ଆଉ କେତେବେଳେ ନିଜ ହାତରେ କରନ୍ତି ରୋଷେଇ।
(ମୁମ୍ବାଇ) : ବଲିଉଡର ଭାଇଜାନ୍ ସଲମାନ ଖାନ୍। କେତେବେଳେ ତାଙ୍କୁ ପେଣ୍ଟି କରିବା ଭଲ ଲାଗେ ତ ଆଉ କେତେବେଳେ ନିଜ ହାତରେ କରନ୍ତି ରୋଷେଇ। ତେବେ ନିକଟରେ ସଲମାନଙ୍କ ଯେଉଁ ନୂଆ ରୂପ ସାମ୍ନାକୁ ଆସିଛି, ତାହା ଦେଖି ଯେ କେହିବି ଚମକି ପଡିବେ। ହେଲ୍ଦି ଫୁଡ୍ ଖାଉଥିବା ସଲମାନ ଏବେ ଖାଇଛନ୍ତି ଘାସ। ସେ ପୁଣି ଘୋଡା ଖାଉଥିବା ଖାଦ୍ୟକୁ ଖାଇ ଯାଇଛନ୍ତି ସଲମାନ। ଘୋଡା ଖାଉଥିବା ଗଛ ପତ୍ରକୁ ବେଶ୍ ଆରାମରେ ସେ ଖାଇଛନ୍ତି।
ସୂଚନାନୁଯାୟୀ , ନିକଟରେ ତାଙ୍କର ଏହି ଅଦ୍ଭୁତ ଭିଡିଓଟି ସାମ୍ନାକୁ ଆସିଛି, ଯାହାକୁ ଦେଖି ଯେ କେହିବି ଚକିତ ହୋଇପଡିଛନ୍ତି। ସଲମାନ ଏହି ଭିଡିଓରେ ନିଜ ଫାର୍ମ ହାଉସରେ ଥିବା ଦେଖିବାକୁ ମିଳିଛି। ସେଠାରେ ସେ ତାଙ୍କ ଘୋଡାକୁ ଚାରା ଖାଇବାକୁ ଦେଉଛନ୍ତି। କିନ୍ତୁ ଘୋଡାକୁ ଖାଇବାକୁ ଦେବା ବଦଳରେ ପ୍ରଥମେ ସେ ନିଜେ ସେହି ଚାରାକୁ ଖାଇଯାଉଛନ୍ତି।
ଅନେକ ପ୍ରଶଂସକ ଏହି ଭିଡିଓରେ କମେଣ୍ଟ କରି କହିଛନ୍ତ ସଲମାନ ଖାନ୍ ଥିଲେ ସବୁ କିଛି ସମ୍ଭବ। ଅନ୍ୟଜଣେ ଫ୍ୟାନ୍ କମେଣ୍ଟ କରି ଲେଖିଛନ୍ତି, ଘୋଡା ସକ୍, ସଲ୍ଲୁ ରକ୍।