ପୁଣି ସାଲିଆସାହିରେ ଅବକାରୀ ବିଭାଗର ଚଢ଼ାଉ, JCB ଦ୍ୱାରା ଭଙ୍ଗାଯାଉଛି ଦେଶୀ ମଦର ଆଡ୍ଡାସ୍ଥଳୀ

ଭୁବନେଶ୍ୱର : ଚିକିଟି ମଦ ମୃତ୍ୟୁ ଘଟଣା | ପୁଣି ସାଲିଆସାହିରେ ଅବକାରୀ ବିଭାଗର ଚଢ଼ାଉ | ଚଢ଼ାଉ ବେଳେ ବିପୁଳ ପରିମାଣର ଦେଶୀ ମଦ, ପୋଚ, କଞ୍ଚା ମାଲ, ମଦ ତିଆରି ସାମଗ୍ରୀ ଜବତ ହୋଇଛି | ସଲିଆସାହି ନୀଳଚକ୍ର ନଗର ମୁଣ୍ଡା ସାହି ହାଟରେ ଭୁବନେଶ୍ଵର ଅବକାରୀ ଟିମର ଚଢ଼ାଉ | ବିପୁଳ ପରିମାଣରେ ଦେଶୀ ଚଉଳି ମଦ ଜବତ ହୋଇଛି | ଏ ପର୍ଯ୍ୟନ୍ତ ୮ ଜଣ ଗିରଫ ସହ ଚଢ଼ାଉ ଜାରି ରହିଛି | ଦେଶୀ ମଦର ଆଡ୍ଡାସ୍ଥଳୀ JCBରେ ଭାଙ୍ଗୁଛି ଅବକାରୀ ବିଭାଗ |