(ତାରାକାନ୍ତ ନାୟକ/ସାଲେପୁର): କଟକଜିଲ୍ଲା ସାଲେପୁର ବ୍ଲକ ବାଲିସାହି ପଞ୍ଚାୟତ ମାଛୁଆତି ଗ୍ରାମର ଘନଶ୍ୟାମ ମଲ୍ଲିକଙ୍କ ବଡ଼ପୁଅ ପ୍ରଦୀପ୍ତ କୁମାର ମଲ୍ଲିକ(୫୩)ଙ୍କ ହୃଦଘାତରେ ମୃତ୍ୟ ଘଟିଛି। ତାଙ୍କ ମୃତ୍ୟୁ ଖବର ପାଇବା ମାତ୍ରେ ସାଲେପୁର ଅଂଚଳରେ ଶୋକର ଛାଇ ଖେଳିଯାଇଛି। ସେ ଆର.ଏମ.ସି ରେଗୁଲେଟିଙ୍ଗ ମାର୍କେଟରେ ଚାକିରୀ କରୁଥିଲେ। ତାଙ୍କୁ ଛାତିରେ ଖୁବ୍ ଜୋରରେ ଯନ୍ତ୍ରଣା ହେବାରୁ ଗୁରୁତର ଅବସ୍ଥାରେ ତାଙ୍କୁ ସାଲେପୁର ଗୋଷ୍ଠିସ୍ୱାସ୍ତ୍ୟ କେନ୍ଦ୍ରକୁ ନିଆଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେ କିଛିଦିନ ହେବ ଡାଇବେଟିସ ଏବଂ ଆଖିରୋଗରେ ଆକ୍ରାନ୍ତ ହୋଇଥିଲେ। ସେ ଜଣେ ମିଷ୍ଠଭାସି, ପରୋପକାରୀ, ମେଳାପି, ବ୍ୟକ୍ତି ଥିଲେ। ତେଣୁ ସ୍ଥାନୀୟ ଅଞ୍ଚଳରେ ତାଙ୍କୁ ଲୋକେ ତାଙ୍କୁ ବେଶ୍ ଭଲ ପାଉଥିଲେ । ତାଙ୍କର ଦୁଇ ଝିଅ ଅଛନ୍ତି।