ଅଫିସରଙ୍କ ସହ ସମସ୍ତ କର୍ମଚାରୀଙ୍କ ଦରମା ବନ୍ଦ । କଟକ ଜିଲ୍ଲା ମାହାଙ୍ଗା ବ୍ଲକର ସମସ୍ତ ଅଫିସର ଓ କର୍ମଚାରୀଙ୍କ ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ। ସୂଚନା ଅନୁଶାରେ, କଟକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ କଟକ ଜିଲ୍ଲା ଉନ୍ନୟନ ଅଧିକାରୀଙ୍କ ଚିଠି ସଂଖ୍ୟା 3656ରେ ଏହି ନିର୍ଦ୍ଦେଶ ଦିଆଯାଇଛି । ଏବଂ ଜିଲ୍ଲାପାଳ ଏଭଲି ନିଷ୍ପତ୍ତି ନେବାର କାରଣ ହେଉଛି, ଗତ ୨୬ ତାରିଖରେ ପାଗର ପ୍ରତିକୂଳତା ହେତୁ ଜରୁରୀକାଳୀନ ଘୋଷଣା କରି ସମସ୍ତ କର୍ମଚାରୀଙ୍କୁ ବ୍ଲକରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ସେଦିନ କର୍ମଚାରୀମାନେ ବ୍ଲକରେ ଉପସ୍ଥିତ ନ ରହିବା ଏବଂ ଏକ ଜନଶୁଣାଣି ବେଳେ ବ୍ଲକର ସମସ୍ତ କର୍ମଚାରୀଙ୍କ ଉପସ୍ଥାନ ପାଇଁ ବାଓମେଟ୍ରିକ କ୍ୟାନର ଲଗାଇବାର ନିର୍ଦ୍ଦେଶକୁ ଲାଗୁ ନ କରିବା ଅଭିଯୋଗରେ ଏହି ଆକ୍ସନ ହୋଇଛି। ଜିଲ୍ଲାପାଳଙ୍କ ସୁପାରିଶ କ୍ରମେ ଜିଲ୍ଲା ଉନ୍ନୟନ ଅଧିକାରୀ ସମସ୍ତ କର୍ମଚାରୀଙ୍କ ଦରମା ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି। ଆଉ କର୍ମଚାରୀମାନଙ୍କ ଠାରୁ ଉପଯୁକ୍ତ ଉତ୍ତର ନ ମିଳିବା ପର୍ଯ୍ୟନ୍ତ ଦରମା ବନ୍ଦ ରହିବ ବୋଲି ଜଣାପଡିଛି ।
