କରୀନା କପୁରଙ୍କୁ ଡିଭୋର୍ସ ଦେବେ ସୈଫ ଅଲ୍ଲୀ ଖାନ !

କରୀନା ଓ ସୈଫଙ୍କୁ ନେଇ ଏବେ ଚର୍ଚ୍ଚା । କରୀନା କପୁରଙ୍କୁ କୁଆଡେ ଡିଭର୍ସ ଦେବେ ସୈଫ୍ ଅଲ୍ଲୀ । ଯାହାକୁ ନେଇ ଏବେ ଚାରିଆଡେ ଜୋରଦାର ଚର୍ଚ୍ଚା ଲାଗି ରହିଛି । କିନ୍ତୁ ଉଭୟଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ । ତେବେ ଏହା ଗୁଜବ କି ସତ ଆମେ କହି ପାରିବୁ ନାହିଁ । କିନ୍ତୁ ହାତରୁ ଟାଟୁ ହଟିବା ପରେ ଏଭଳି ଗୁଜବ ଶୁଣିବାକୁ ମିଳୁଛି ।

 

ବଲିଉଡର ଅନେକ ସୁପରଷ୍ଟାର ବିବାହ ବନ୍ଧନରେ ବାନ୍ଧି ହୋଇସାରିଛନ୍ତି ।ଆଉ ଅନେକ ଟପ୍ ଷ୍ଟାରଙ୍କର ମଧ୍ୟ ବ୍ରେକଅପ୍ ଏବଂ ବିଚ୍ଛେଦ ହୋଇସାରିଛି । ହେଲେ କରିନା ଓ ସୈଫ୍ ଅଲ୍ଲୀ ଖାନ  ଡିଭର୍ସକୁ ନେଇ ଯେଉଁ ଗୁଜବ ଉଠୁଛି ତାହା କେତେ ସତ ସେ ଦୁହେଁ ମୁହଁ ଖୋଲିଲା ପରେ ଜଣାପଡିବ ।

ଚଳଚ୍ଚିତ୍ର ସହିତ ସୈଫ ଅଲି ଖାନ ବ୍ୟକ୍ତିତ୍ୱରେ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ନୂଆଦିଲ୍ଲୀରେ ଜନ୍ମଗ୍ରହଣ କରିଥିବା ଏହି ବରିଷ୍ଠ ଅଭିନେତାଙ୍କ ପ୍ରକୃତ ନାମ ସାଜାଦ ଅଲି ଖାନ । ୨୦୧୨ରେ ସେ କରୀନା କପୁରଙ୍କୁ ବିବାହ କରିଥିଲେ।

ଏହି ଦମ୍ପତିଙ୍କର ତୈମୁର ଓ ଜାହାଙ୍ଗୀର ଅଲି ନାମରେ ୨ ସନ୍ତାନ ଅଛନ୍ତି।କିନ୍ତୁ କିଛି ରିପୋର୍ଟରୁ ଜଣାପଡିଛି ଯେ ସୈଫ ଅଲି ଖାନ ବର୍ତ୍ତମାନ ତାଙ୍କର ତୃତୀୟ ବିବାହ ପାଇଁ ପ୍ରସ୍ତୁତ ହେଉଛନ୍ତି। ପ୍ରଶଂସକମାନେ ଜାଣିବା ପରେ ଆଶ୍ଚର୍ୟ୍ୟ ହୋଇଯାଇଛନ୍ତି।

ବଲିଉଡରେ ଏହା ନୂଆ ନୂଆ । କିନ୍ତୁ ଅନେକ ବଲିଉଡର କପୁଲ ଅଛନ୍ତି, ଯେଉଁମାନଙ୍କର ଯୋଡିକୁ ଆଜି ବି ଲୋକେ ପସନ୍ଦ କରନ୍ତି । ସେମାନଙ୍କ ଆଜିଯାଏ ବି ଡିଭର୍ସ ଦେଇନାହାନ୍ତି ।