ସୁବର୍ଣ୍ଣପୁର/ ଓମପ୍ରକାଶ ମିଶ୍ର : ଜିଲ୍ଲପାଳଙ୍କ କାର୍ୟ୍ୟାଳୟ ପ୍ରକୋଷ୍ଠ ରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଦ୍ୱାରା ଆୟୋଜିତ ସ୍ୱତନ୍ତ୍ର କାର୍ୟ୍ୟକ୍ରମ ରେ ଜିଲ୍ଲପାଳ ଶ୍ରୀମତୀ ଅଵୋଲୀ ସୁନିଲ ନରୱଣେ ଆଶୀର୍ବାଦ ଯୋଜନାର ହିତାଧିକାରୀ ଅନାଥ ଶିଶୁ, ଓ ମାଆ କିମ୍ବା ବାପାଙ୍କୁ ହରାଇଥିବା ଶିଶୁମାନଙ୍କୁ ଆର୍ଥିକ ସହାୟତା ଚେକ ମାଧ୍ୟମରେ ପ୍ରଦାନ କରିଛନ୍ତି କ୍ଷ ଏହି ଅବସରରେ ଜିଲ୍ଲପାଳ ଶ୍ରୀମତୀ ନରୱଣେ, ଅପର୍ଣ୍ଣା ନନ୍ଦ ଙ୍କୁ ଟ ୨୫୦୦/-, ପୁଜା ମେହେର, ରୋହନ ନାଏକ, ଅଂଶୁମାନ ବାଘ, ତୁଳସୀ ବେହେରା ପ୍ରଭୁତି ପ୍ରତ୍ୟେକ ଙ୍କୁ ଟ ୧୫୦୦/-, ଙ୍କା ର ଚେକ ପ୍ରଦାନ କରିଛନ୍ତି କ୍ଷ ଏହି ଯୋଜନାରେ ଜିଲ୍ଲାର ୭ଜଣ ଅନାଥ ଶିଶୁ ସହ ୭୬ଜଣ ଶିଶୁ ଯେଉଁ ମାନେ ଏହି କରୋନା ସମୟରେ ନିଜ ପରିବାରର ମୁଖ୍ୟ ରୋଜଗାର କ୍ଷମ ବ୍ୟକ୍ତିଙ୍କୁ ହରାଇଛନ୍ତି ଏହିପରି ମୋଟ ୮୩ଜଣ ଶିଶୁଙ୍କୁ ୧ଲକ୍ଷ ୩୧ ହଜାର ୫୦୦ଶହ ଟଙ୍କା ର ଆର୍ଥିକ ସହାୟତା ସେମାନଙ୍କ ବ୍ୟାଙ୍କ ଏକାଉଣ୍ଟ ଜରିଆରେ ପ୍ରଦାନ କରାଯାଇଛି କ୍ଷ ଏହି ଅବସରରେ ଅତିରିକ୍ତ ଜିଲ୍ଲପାଳ ଶ୍ରୀଯୁକ୍ତ ସୂର୍ୟ୍ୟନାରାୟଣ ଦାସ, ନିଶି ପୂନମ ମିଞ୍ଜ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାସ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ବିନୀ କୁମାର ଭୋଇ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ସୁରକ୍ଷା ଅଧିକାରୀ ଅନିଲ କାଲସାଏ, ଜିଲ୍ଲା ସଂଯୋଜକ ରାକେଶ ପ୍ରଧାନ, ସରିତା ସୁନା ପ୍ରମୁଖ ସହଯୋଗ କରିଥିଲେ ।