ବଳଦ ପାଇଁ ପିଟି ପିଟି ହତ୍ୟା କଲା ସଡୁ

(ଦୀପକ ମିଶ୍ର / ଉଦଳା): ପିଟି ପିଟି ହତ୍ୟା କଲା ସଡୁ କ୍ଷ ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅସୁରଖାଲ ହାଟରେ ହୁଡ଼ି ସାହି ଗ୍ରାମର ରବୀନ୍ଦ୍ରନାଥ ନାୟକଙ୍କୁ ତାଙ୍କ ସଡୁ କାର୍ତିକ ନାୟକ ପିଟି ପିଟି ହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି କ୍ଷ ଅଭିଯୋଗ ଅନୁଯାୟୀ କାର୍ତିକ ନାୟକଙ୍କ ଠାରୁ ତାଙ୍କ ସଡୁ ରବୀନ୍ଦ୍ର ନାୟକ ନିଜର ଚାଷ କାମ ପାଇଁ ଏକ ବଳଦ ଆଣିଥିଲେ ତେବେ ବଳଦକୁ ରବୀନ୍ଦ୍ର ଖାଇବାକୁ ଦେଉନଥିବାରୁ ଅନେକ ସମୟରେ ଉଭୟଙ୍କ ମଧ୍ୟରେ ବଚସା ହେଉଥିଲା କ୍ଷ ଶନିବାର ଦିନ ରବୀନ୍ଦ୍ର ଅସୁରଖାଲ ହାଟକୁ ଯାଇଥିବା ବେଳେ ସେଠାରେ କାର୍ତିକ ପହଁଚି ପାଟିତୁଣ୍ଡ କରିବା ସହ ରବୀନ୍ଦ୍ରଙ୍କୁ ବାଡେଇ ବାଡେଇ ଥିଲା କ୍ଷ ଏହାପରେ ପରିବାର ଲୋକ ଖବର ପାଇ ରବୀନ୍ଦ୍ରଙ୍କୁ ଗୁରୁତର ଅବସ୍ଥାରେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଅଭିଯୋଗ ଅନୁଯାୟୀ କପ୍ତିପଦା ଥାନାଧିକାରୀ ସଞ୍ଜୟ ପ୍ରଧାନ ଓ ତାଙ୍କ ପୋଲିସ ଟିମ ତଦନ୍ତ ଜାରି ରଖିବା ସହ ଅଭିଯୁକ୍ତ କାର୍ତିକ ନାୟକଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛନ୍ତି । ତେବେ ବାରିପଦାର ଏକ ସାଇଣ୍ଟିଫିକ ଟିମ ପହଁଚି ତଦନ୍ତ ଜାରି ରଖିଛି କ୍ଷ ତେବେ ଏ ସମ୍ପର୍କରେ କପ୍ତିପଦା ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ କ୍ଷ