ବଲିଉଡ ପାଇଁ ଦୁଖଃଦ ଖବର, ସେଟ ଡିଜାଇନର ନୀତିନ ଦେଶାଇଙ୍କ ଆତ୍ମହତ୍ୟା

ବ୍ୟୁରୋ : ବଲିଉଡର ଲୋକପ୍ରିୟ ଡାଇରେକ୍ଟର ନୀତିନ ଦେଶାଇଙ୍କ ଆତ୍ମହତ୍ୟା ଖବର ସମସ୍ତଙ୍କୁ ଚକିତ କରାଇଛି । ନୀତନ ଦେଶାଇ ଜଣେ ବଲିଉଡର ଲୋକପ୍ରିୟ ସେଟ ଡିଜାଇନର ଥିଲେ । ତାଙ୍କର ଏହି ମୃତ୍ୟୁରେ ବଲିଉଡର ସବୁ ଦୁଖଃ ପ୍ରକାଶ କରିଛନ୍ତି । ନୀତିନ ବୁଧବାର ସକାଳେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ତେବେ ଏ ଯାଏଁ ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇନାହିଁ ।

ନୀତିନଙ୍କ ମୃତଦେହ କର୍ଜତ ସ୍ଥିତ ଏନ.ଡି ଷ୍ଟୁଡିଓରୁ ଉଦ୍ଧାର କରାଯାଇଛି ।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି । ସୂଚନା ଅନୁସାରେ, ନୀତିନ ଭୋର ୪ଟାରୁ ୫ ମଧ୍ୟରେ ଫାଶି ଲଗାଇ ଆତ୍ମହତ୍ୟା କରିଥିବା କଥା କୁହାଯାଇଛି ।କର୍ଜତର ବିଧାୟକଙ୍କ କହିବା ଅନୁଯାୟୀ, ଦୀର୍ଘ ଦିନ ଧରି ନୀତିନ ଆର୍ଥିକ ସମସ୍ୟା ଦେଇ ଗତି କରୁଥଲେ ସେହି କାରଣରୁ ସେ ଆତ୍ମହତ୍ୟା କରିଥବେ ବୋଲି ସନ୍ଦେହ କରାଯାଉଛି । କିନ୍ତୁ ଏବେ ଯାଏଁ ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇ ନାହିଁ ।

ନୀତିନ ୧୯୮୯ରେ ପରିନ୍ଦା ଫିଲ୍ମରେ ଆର୍ଟ ଡାଇରେକ୍ଟର ଭାବେ ବଲିଉଡରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଏହାପରେ ଅନେକ ସୁପରହିଟ୍ ଫିଲ୍ମ ଯେପରିକି ଦେବଦାସ, ଲଗାନ, ବାଜିରାଓ ମସ୍ତାନୀ, ପ୍ୟାର ତୋ ହୋନା ହି ଥା, ହମ ଦିଲ୍ ଦେ ଚୁକେ ସନମ, ମିଶନ କାଶ୍ମୀର, ରାଜୁ ଚାଚା ଫିଲ୍ମ ପାଇଁ ସେ ସେଟ୍ ଡିଜାଇନ ମଧ୍ୟ କରିଛନ୍ତି ।