ପୁଅ ବାହାଘର ପାଇଁ ନିମନ୍ତ୍ରଣ କଲେ ସଚିନ

ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ଏଥି ପାଇଁ ସଚିନ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ପ୍ରମୁଖ ନେତାଙ୍କୁ ଭେଟି ନିମନ୍ତ୍ରଣ ପତ୍ର ଦେଇଛନ୍ତି । ୨୬ ବର୍ଷୀୟ ଅର୍ଜୁନ ଆଇପିଏଲ ରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିଛନ୍ତି ଏବଂ ଆଗାମୀ ୨୦୨୬ ସଂସ୍କରଣରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ତରଫରୁ ଖେଳିବେ । ଆଇପିଏଲ ବ୍ୟତୀତ ସେ ଘରୋଇ କ୍ରିକେଟରେ ମଧ୍ୟ ଖେଳିଥାନ୍ତି । ସବୁଠାରୁ ଖାସ୍ କଥା ହେଉଛି, ସଚିନ ନିଜ ପରିବାର ଏବଂ ହେବାକୁ ଥିବା ବୋହୂ ସାନିଆ ଚାନ୍ଦୋକଙ୍କ ପରିବାର ସହ ଯାଇ ଏହି ନିମନ୍ତ୍ରଣ ଦେଇଛନ୍ତି।