ଗତ କାଲି ମ୍ୟାଚପରେ ଶୁଭମାନଙ୍କ ଧମାକାଦାର ଶତକ ପରେ ହାର ମାନିଛ ବ୍ୟାଙ୍ଗଲୋର । ଶୁବମନ ଗିଲ୍ ୫୨ ବଲରେ ୧୦୪ ଯୋଗୁଁ ଆରସିବି ୬ଓ୍ଵିକେଟରେ ହାରି ପ୍ଲେ ଅଫରୁ ବାଦ୍ ପଡିଛି । ଶୁବମନ ଗିଲଙ୍କ ଶତକୀୟ ଇନିଂସ ଯୋଗୁଁ ସଚିନ ତେନ୍ଦୁଲକର ମଜାଳିଆ ଅନ୍ଦାଜରେ ପ୍ରଶଂସା କରିଛନ୍ତି ।
.@CameronGreen_ & @ShubmanGill batted well for @mipaltan. 😜
Amazing innings by @imVkohli too to score back-to-back 100’s. They all had their methods & were in the class of their own.
So happy to see MI in the playoffs. Go Mumbai. 💙 #AalaRe #MumbaiMeriJaan #IPL2023 pic.twitter.com/D5iYacNEqc
— Sachin Tendulkar (@sachin_rt) May 21, 2023
ମୁମ୍ବାଇ ପ୍ଲେ ଅଫରେ ସ୍ଥାନ ପାଇବା ପରେ ସଚିନ ଟ୍ଵିଟ୍ କରି ଲେଖିଛନ୍ତି, କେମରୁନ ଗ୍ରୀନ ଏବଂ ଶୁବମନ ଗିଲ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଭଲ ବ୍ୟାଟିଂ କରିଛନ୍ତି । ବିରାଟ କୋହଲି ବ୍ୟାକ୍ ଟୁ ବ୍ୟାକ୍ ଶତକ ମାରିଛନ୍ତି । ମୁମ୍ବାଇକୁ ପ୍ଲେ ଅଫରେ ଏଣ୍ଟ୍ରି ଯୋଗୁଁ ମୁଁ ବହୁତ ଖୁସି ।
What talent this country produces .. shubman gill .. wow .. two stunning knocks in two halves .. IPL.. .. what standards in the tournament @bcci
— Sourav Ganguly (@SGanguly99) May 21, 2023
କେବଳ ସଚିନ ନୁହେଁ ସୌରଭ ଗାଙ୍ଗୁଲି ମଧ୍ୟ ଟ୍ଵିଟ୍ କରି ଶୁବମନଙ୍କ ପ୍ରଶଂସା କରିଛନ୍ତି । ସେ ଲେଖିଛନ୍ତି, ଏ ଦେଶ କେଉଁଭଳି ପ୍ରତିଭା ସୃଷ୍ଟି କରିଛିଟ୍ଟ. ଓାଃ ଶୁବମନ । ସେହିଭଳି ବୀରେନ୍ଦ୍ର ସେହ୍ଵାଗ ମଧ୍ୟ ଟ୍ଵିଟ୍ କରି ଶୁବମନଙ୍କୁ ପ୍ରଶଂସା କରିଛନ୍ତି ।
ଚଳିତ ଆଇପିଏଲ୍ ସିଜିନରେ ଶୁବମନ ଗିଲଙ୍କ ଭଲ ପ୍ରଦର୍ଶନ ରହିଛି । ଏପର୍ୟ୍ୟନ୍ତ ୧୪ଟି ମ୍ୟାଚରେ ୬୮୦ ରନ୍ କରିସାରିଛନ୍ତି ।