ପୁନଃ ତଦନ୍ତ କରିବାକୁ ସିବିଆଇକୁ ଶବନମଙ୍କ ଅପିଲ

ନୂଆଦିଲ୍ଲୀ: ନିଜ ପରିବାରର ୭ ଜଣଙ୍କୁ ହତ୍ୟା କରିଥିବା ଶବନମକୁ ଫାସି ଦଣ୍ଡ ମିଳିଥିବା ବେଳେ ଘଟଣାର ପୁନଃ ତଦନ୍ତ ସିବିଆଇ କରିବାକୁ ସେ ଅନୁରୋଧ କରିଛନ୍ତି । ଶବନମଙ୍କୁ ଦେଖାକରିବାକୁ ଆସିଥିବା ତାଙ୍କ ଅଭିଭାବକଙ୍କୁ ସେ କହିଛନ୍ତି ତାଙ୍କୁ ମିଥ୍ୟା ମାମଲାରେ ଫସା ଯାଇଛି । ତେଣୁ ରାଜ୍ୟ ଓ କେନ୍ଦ୍ର ସରକାର ଏହି ଘଟଣାରେ ସିବିଆଇ ତଦନ୍ତ ପୁଣି କରିବାକୁ ସେ ଅନୁରୋଧ କରିଛନ୍ତି । ଏଥିସହ ରାଜ୍ୟପାଳ ଆନନ୍ଦିବେନ ପଟେଲଙ୍କୁ ମଧ୍ୟ କ୍ଷମା ଆବେଦନ କରିଛନ୍ତି ।
ଶବନମ ତାଙ୍କ ପ୍ରେମିକ ସହ ମିଶି ତାଙ୍କ ପରିବାରର ୭ ଜଣଙ୍କୁ ହତ୍ୟା କରିଥିଲେ । କାରଣ ଶବନମ ଉଚ୍ଚ ଶିକ୍ଷିତା ଥିବା ବେଳେ ତାଙ୍କ ପ୍ରେମିକ ଷଷ୍ଠ ଶ୍ରେଣୀ ଫେଲ ଥିଲେ । ତେଣୁ ତାଙ୍କ ପରିବାର ଏହି ବିବାହକୁ ବିରୋଧ କରୁଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଶବନମ ଓ ତାଙ୍କ ପ୍ରେମିକ କ୍ଷୀରରେ ବିଷ ମିଶାଇ ପରିବାର ଲୋକଙ୍କୁ ପିଆଇଦେଇଥିଲେ । ପରେ ସଲୀମର ସହାୟତାରେ ସେ ନିଜର ମାତା ପିତା, ଦୁଇ ଭାଇ, ଭାଉଜ, ମାଉସୀର ପୁଅ ଓ ଭଣଜାଙ୍କୁ କୁରାଢୀରେ ହାଣିଦେଇଥିଲେ । ଏଥିରେ ଜଣେ ଶିଶୁ ମଧ୍ୟ ଥିଲା । ଏହା ପରେ ଉଭୟଙ୍କୁ ଜେଲ ହୋଇଥିଲା । ପରେ କୋର୍ଟ ଉଭୟଙ୍କୁ ଫାଶୀ ଦଣ୍ଡ ଶୁଣାଇଛନ୍ତି ।