ବିଦା ହେଲେ ରୁଡ୍ ;୨ ଥରର ଫାଇନାଲିଷ୍ଟ କାସ୍ପର ରୁଡଙ୍କୁ ଫ୍ରେଞ୍ଚ ଓପନ୍ ଅଭିଯାନ ଦ୍ୱିତୀୟ ରାଉଣ୍ଡରେ ଶେଷ

ପ୍ୟାରିସ; ବିଦା ହେଲେ ରୁଡ୍ । ୨ଥରର ଫାଇନାଲିଷ୍ଟ କାସ୍ପର ରୁଡଙ୍କୁ ଫ୍ରେଞ୍ଚ ଓପନ୍ ଅଭିଯାନ ଦ୍ୱିତୀୟ ରାଉଣ୍ଡରେ ଶେଷ । ପୁରୁଷ ଏକକ ମୁକାବିଲାରେ ସପ୍ତମ ମାନ୍ୟତାପ୍ରାପ୍ତ ଏହି ନରୱେ ଖେଳାଳି ୬-୨, ୪-୬, ୧-୬,୦-୬ ସେଟରେ ବିଶ୍ୱର ୪୧ ନମ୍ବର ପର୍ତ୍ତୁଗାଲର ନୁନୋ ବାର୍ଗେସଙ୍କ ଠାରୁ ହାରିଛନ୍ତି । ଏହାସହିତ ଦ୍ୱିତୀୟ ମାନ୍ୟତା ପ୍ରାପ୍ତ ତଥା ଗତ ସଂସ୍କରଣ ବିଜେତା କାର୍ଲୋସ ଅଲକାରାଜ୍, ଅଷ୍ଟମ ମାନ୍ୟତାପ୍ରାପ୍ତ ଲୋରେଞ୍ଜ ମୁସେଟି ତୃତୀୟ ରାଉଣ୍ଡରେ ପହଞ୍ଚିଛନ୍ତି । ୪ ଗ୍ରାଣ୍ଡ ସ୍ଲାମ୍ ବିଜେତା ସ୍ପେନର ଅଲକାରାଜ ୬-୧, ୪-୬,୬-୨ ସେଟରେ ହଙ୍ଗେରିର ଫାବିଆନ୍ ମାରୋସାନଙ୍କ ଏବଂ ଇଟାଲିର ମୁସେଟି ୬-୪, ୬-୦, ୬-୪ ସେଟ୍‌ରେ କଲମ୍ବିଆର ଡାନିଏଲ ଇଲାହି ଗାଲାନଙ୍କୁ ହରାଛନ୍ତି। ମହିଳା ଏକକ ତୃତୀୟ ରାଉଣ୍ଡରେ ଗତ ସଂସ୍କରଣ ଉପବିଜୟିନୀ ଯଶ୍ମିନ ପାଓଲିନି ଏବଂ ଅଲିମ୍ପିକ୍ସ ବିଜୟିନୀ ଝେଙ୍ଗ କ୍ବିନୱେନ୍‌ ପ୍ରବେଶ କରିଛନ୍ତି। ୫ ନମ୍ବର ଏହି ପୋଲାଣ୍ଡ ମହିଳା ୬-୧, ୬-୨ ସେଟ୍‌ରେ ୨୦୨୧ ୟୁଏସ୍‌ ଓପନ୍‌ ବିଜୟିନୀ ଗ୍ରେଟ୍‌ ବ୍ରିଟେନ୍‌ର ଇମା ରାଡ଼ୁକାନୁଙ୍କୁ ପରାସ୍ତ କରିଛନ୍ତି।ଭାରତୀୟ ପୁରୁଷ ଯୁଗଳ ଖେଳାଳି ଋତ୍ବିକ ବୋଲିପାଲିଙ୍କ ଫ୍ରେଞ୍ଚ ଓପନ୍‌ ଅଭିଯାନ ପ୍ରଥମ ରାଉଣ୍ଡରେ ଶେଷ ହୋଇଛି। ପ୍ରଥମ ଥର ଲାଗି ଫ୍ରେଞ୍ଚ ଓପନ୍‌ ମୁଖ୍ୟ ରାଉଣ୍ଡରେ ଖେଳୁଥିବା ବୋଲିପାଲି ଓ ତାଙ୍କ ‌କଲମ୍ବିଆ ସାଥୀ ନିକୋଲାସ ବାରିଏଣ୍ଟୋସ ୦-୬, ୨-୬ ସେଟ୍‌ରେ କାନାଡ଼ା ଓ ବ୍ରିଟେନ୍‌ର ଗାବ୍ରିଏଲ ଡିଆଲୋ ଓ ଜାକବ ଫିଅର୍ଣ୍ଣଲେଙ୍କଠୁ ହାରିଯାଇଥିଲେ।