ୟୁକ୍ରେନ୍‌ର ରେଲୱେ ଷ୍ଟେସନ ମିଶାଇଲ୍ ବିସ୍ପୋରଣ, ୩୦ ମୃତ

ୟୁକ୍ରେନ୍‌ ଓ ଋଷ ମଧ୍ୟରେ ଯୁଦ୍ଧ ଜାରି ରହିଛି।

(ଦିଲ୍ଲୀ) : ୟୁକ୍ରେନ୍‌ ଓ ଋଷ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଋଷ ସେନା ୟୁକ୍ରେନ୍‌ର କ୍ରମାଟୋରସ୍କ ରେଲୱେ ଷ୍ଟେସନ ଉପରେ ଋଷ ମିଶାଇଲ୍ ମାଡ଼ କରିଛି। ଏହି ବିସ୍ଫୋରଣରେ ପ୍ରାୟ ୩୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦୦ ରୁ ଉର୍ଦ୍ଧ୍ଵ ଆହତ ଅଛନ୍ତି। ମୃତକଙ୍କ ସଂଖ୍ୟା ଆଗକୁ ବୃଦ୍ଧି ହୋଇପାରେ।

ବସ୍ ସେବା ଠାରୁ ନେଇ ଅନ୍ୟ ମାଧ୍ୟମ ଯାଏଁ ସେମାନଙ୍କୁ ଉଦ୍ଧାର କରାଯାଉଛି। ହେଲେ ଏହି ମଧ୍ୟରେ ଋଷ ସେନା ମିଶାଇଲ୍ ମାଡ଼ କରିଛି।

ରାଷ୍ଟ୍ରପତି ଜେଲେନ୍‌ସ୍କିଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ କହିଛନ୍ତି ଯେ, ବୋରୋଡ୍ୟାଙ୍କା ସହରର ସ୍ଥିତି ବୂଚା ଠାରୁ ମଧ୍ୟ ଖରାପ ରହିଛି। ଏଠାରେ ୩୦୦ରୁ ଉର୍ଦ୍ଧ୍ଵ ଲୋକଙ୍କୁ ଋଷ ସେନା ହତ୍ୟା କରିଥିବା ଆଶଙ୍କା କରାଯାଉଛି। ସେପଟେ ୟୁରୋପୀୟ ୟୁନିଅନ ୟୁକ୍ରେନକୁ ୫୦୦ ମିଲିୟନ ୟୁରୋ ଦେବାକୁ ପ୍ରସ୍ତୁତ ଥିବା ସୂଚନା ମିଳିଛି।