(ପ୍ରିୟଦର୍ଶନୀ ସ୍ୱାଈଁ): ଶୀତ ଦିନ ହେତୁ ପ୍ରତିଦିନ ଘରେ ରୁଟି ପ୍ରସ୍ତୁତ କରାଯାଇଥାଏ । ତେବେ ସାଧାରଣତଃ ରୁଟି ଅଧିକ ସମୟ ରହିଲେ ଏହା ଟାଣ ହୋଇ ଟେଷ୍ଟ ଚାଲିଯାଇଥାଏ । ଯାହାଫଳରେ ଛୁଆ ଏହାକୁ ଖାଇବାକୁ ଇଚ୍ଛା କରନ୍ତି ନାହିଁ । ତେଣୁ ଆଜି ଆମେ ଶିଖାଇବୁ କିପରି ରୁଟି କଅଁଳିଆ ରହିବା ସହ ଟେଷ୍ଟି ଲାଗିବ । ଯାହାକୁ ଖାଇଲେ ଘର ଲୋକେ ମଧ୍ୟ ଖୁସି ହୋଇଯିବେ ।
ଆବଶ୍ୟକୀୟ ସାମଗ୍ରୀ: ମଇଦା-୧କପ, ଅଯା-୩କପ,ପାଣି-୨କପ, ବେଲିିବା ପାଇଁ ଅଟା ।
ପ୍ରସ୍ତୁତି ପ୍ରଣାଳି: ପ୍ରଥମେ ଏକ ପାତ୍ରରେ ଅଟା ଓ ମଇଦା ମିଶାଇ ଚକଟା ପ୍ରସ୍ତୁତ କରନ୍ତୁ । ଏହାକୁ ୨/୩ଘଣ୍ଟା ଘୋଡ଼ାଇ ରଖନ୍ତୁ । ଏହାକୁ ଛୋଟ ଛୋଟ ଗୋଲ କରି ଏକ ତାୱା ଓ କଡ଼େଇ ଓଲଟାଇ ରଖନ୍ତୁ । ଏବେ ଅଟାକୁ ପତଳା କରି ବେଲନ୍ତୁ । ୧୦/୧୨ସେକେଣ୍ଡ ପରେ ଓଲଟାଇ ଦିଅନ୍ତୁ । ଏହା ପରେ ଏହାର ରଙ୍ଗ ପରିବର୍ତ୍ତ ହୋଇଯିବା ପରେ ବାହାର କରି । ଏହାକୁ ଢ଼ାଙ୍କୂଣୀ ଥିବା ପାତ୍ରରେ ରଖନ୍ତୁ ।