ଭୁବନେଶ୍ୱର: ଅତଙ୍କ ରଚିଲା ରୁବେଲା ଭାଇରସ । ନବରଙ୍ଗପୁରର ଦୁଇଟି ବ୍ଲକ ରେ ୧୮ ଜଣ ସନ୍ଦିଗ୍ଧ ରୋଗୀ ଚିହ୍ନଟ ହୋଇଛି । ରୋଗୀଙ୍କ ଦେହରେ ଜ୍ୱର ଓ ରାସେସ୍ ଲକ୍ଷଣ ଦେଖାଦେଉଛି । ତେନ୍ତୁଳିଖୁଣ୍ଟି ଓ ନନ୍ଦାହାଣ୍ଡି ବ୍ଲକର ସମସ୍ତ ରୋଗୀ ଚିହ୍ନଟ ହୋଇଥିବା କୁହାଯାଉଛି । ସ୍କ୍ରବ୍ ଟାଇଫସ୍ ଓ ଲେପଟୋସ୍ପାଇରାସିସ୍ ପରୀକ୍ଷା ନେଗେଟିଭ୍ ଆସିଥିବା ସୂଚନା ମିଳିଛି । ସ୍ୱତନ୍ତ୍ର ଟିମ୍ ଯାଇ ସ୍ଥିତି ଅନୁଧ୍ୟାନ ସହ ସାମ୍ପୁଲ ଗ୍ରହଣ କରି ଓଉଗଜକୁପଠାଯାଇଛି । ବୁଧବାର ୫ ନମୁନାର ରିପୋର୍ଟ ଆସିଛି । ୨ ରୁବେଲା ପଜିଟିଭ ଓ ଜଣେ ମିଳିମିଳା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏବେ ସ୍ଥିତି ସ୍ୱାଭାବିକ ଅଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛହିନ୍ତି ।