ଚୌଦ୍ୱାର ଜେଲ୍ରୁ ଫେରାର ଥିବା ଦୁଇ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ସଂପର୍କରେ ସୂଚନା ଦେଲେ ସୂଚନାଦାତାଙ୍କୁ ୫୦ ହଜାର ଟଙ୍କା
କଟକର ଚୌଦ୍ୱାର ସର୍କଲ ଜେଲରୁ ୨ କଏଦୀ ଫେରାର ଘଟଣାରେ ଜେଲ ଡିଜିଙ୍କ କାର୍ଯ୍ୟାନୁଷ୍ଠାନ । ଜଣେ ଚିଫ୍ ୱାର୍ଡର ଓ ଜଣେ ୱାର୍ଡରଙ୍କୁ ନିଲମ୍ୱିତ କଲେ ଜେଲ୍ ଡିଜି । କମ୍ୱଳ କାଟି ଦଉଡ଼ି ତିଆରି କରିଥିଲେ ଫେରାର ଦୁଇ କଏଦୀ । ଏହି ଦଉଡି ସାହାଯ୍ୟରେ ପାଚେରି ଡେଇଁ ଦୁଇ କଏଦୀ ଫେରାର ହୋଇଯାଇଥିବା ସୂଚନା ଦେଇଛନ୍ତି ଜେଲ ଡିଜି ସୁଶାନ୍ତ ନାଥ ।
ତେବେ କଟକ ଡିସିପି ଅଫିସ ପକ୍ଷରୁ ଚୌଦ୍ୱାର ସର୍କଲ ଜେଲରୁ ୨ ଫେରାର କଏଦୀଙ୍କ ଫଟୋ ଜାରି କରାଯାଇଛି । ସେମାନଙ୍କ ସମ୍ବନ୍ଧରେ କିଛି ଜାଣିଲେ ତୁରନ୍ତ ସୂଚନା ଦେବାକୁ ଅନୁରୋଧ କରାଯାଇଛି । ସୂଚନାଦାତାଙ୍କ ପରିଚୟ ଗୁପ୍ତ ରଖାଯିବ ସହିତ ସଠିକ୍ ସୂଚନା ପାଇଁ ୫୦ ହଜାର ଟଙ୍କା ପୁରସ୍କାର ଦିଆଯିବ ବୋଲି କଟକ ଡିସିପି ଅଫିସ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।