ପୁରୀ: ଶ୍ରୀମନ୍ଦିର ଭକ୍ତନିବାସ ପାର୍କିଂ ଫି ୫୦୦ ଟଙ୍କା ରହିବ। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସ୍ପଷ୍ଟ କରିଛନ୍ତି। ମୁଖ୍ୟ ପ୍ରଶାସକ କହିଛନ୍ତି, ଭକ୍ତ ନିବାସରେ ସ୍ବଳ୍ପ ମୂଲ୍ୟରେ ଯାତ୍ରୀଙ୍କୁ ରୁମ ଭଡ଼ା ଦିଆଯାଉଛି। ବାହାରୁ ଆସୁଥିବା ଅନେକ ଭକ୍ତ ଚାରିଚକିଆ ଗାଡ଼ି ନେଇ ଆସୁନାହାନ୍ତି। ଯେଉଁମାନେ ଚାରିଚକିଆ ଆଣି ଆସୁଛନ୍ତି ପାର୍କିଂ ଫି ଦିନକୁ ୫ ଶହ ଟଙ୍କା ଦେବେ। ଅନ୍ୟ ବାହାର ଲୋକ ଭକ୍ତ ନିବାସରେ ଗାଡ଼ି ପାର୍କିଂ କରିପାରିବେ ନାହିଁ। ଅନ୍ୟ ପାର୍କିଂ ସ୍ଥଳରେ ୨୪୦ ଟଙ୍କା ଦେଇ ଗାଡ଼ି ପାର୍କିଂ କରୁଛନ୍ତି ଯାତ୍ରୀ।

ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଅନେକ ଗୁଡ଼ିଏ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ବୈଠକ ପରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ପ୍ରତିକ୍ରିୟା ରଖିଛନ୍ତି । ଆଗାମୀ ରଥଯାତ୍ରା ଅବସରରେ ରଥ ନିର୍ମାଣ ପାଇଁ ଆବଶ୍ୟକ ଥିବା ରଥ କାଠକୁ ନେଇ ବୈଠକରେ ଆଲୋଚନା ହୋଇଛି ।ରଥ ନିର୍ମାଣ ପାଇଁ ସମସ୍ତ କାଠ କିଭଳି ଠିକ୍ ସମୟରେ ପହଞ୍ଚି ପାରିବ ସେନେଇ ଗୁରୁତ୍ବ ଦିଆଯାଇଛି । ରତ୍ନ ଭଣ୍ଡାରର ରତ୍ନ ଅଳଙ୍କାରର ଗଣତି ମଣତି ନେଇ ଆସନ୍ତା ଜାନୁଆରୀ ୧୭ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟିର ଜରୁରୀ ବୈଠକ ଡକାଯାଇଛି । ରତ୍ନ ଅଳଙ୍କାର ଗଣତି ମଣତି ନେଇ ପ୍ରସ୍ତୁତ ଏସଓପି ଉପରେ ବୈଠକରେ ଆଲୋଚନା ହେବ ।ଭକ୍ତ ନିବାସରେ ରୁମ୍ ଭଡ଼ା ବୃଦ୍ଧି କରାଯିବ ନାହିଁ । ଯେଉଁମାନେ ଭକ୍ତ ନିବାସରେ ରହିବା ପାଇଁ ଚାରିଚକିଆ ଆଣି ଆସୁଛନ୍ତି ସେମାନେ ଏହି ପାର୍କିଂ ଫି ଦିନକୁ ୫ଶହ ଟଙ୍କା ଦେବେ । ଅନ୍ୟ ବାହାର ଲୋକ କେହି ରଖି ଭକ୍ତ ନିବାସରେ ଗାଡ଼ି ପାର୍କିଂ କରିପାରିବେ ନାହିଁ । ଅନ୍ୟ ପାର୍କିଂ ସ୍ଥଳରେ ୨୪୦ ଟଙ୍କା ଦେଇ ଗାଡ଼ି ପାର୍କିଂ କରୁଛନ୍ତି ଯାତ୍ରୀ । ଯେଉଁମାନେ ଚାହୁଁଛନ୍ତି ସେମାନେ ଅନ୍ୟ ପାର୍କିଂ ସ୍ଥଳରେ ଗାଡ଼ି ରଖି ଭକ୍ତ ନିବାସରେ ମଧ୍ୟ ରହିପାରିବେ ।