ସହରାଞ୍ଚଳ ରାସ୍ତାଘାଟ ନର୍ଦ୍ଦମା ମରାମତି ପାଇଁ ୫୦୦ କୋଟି ମଞ୍ଜୁର

ଭୁବନେଶ୍ୱର : ମରାମତି ହେବ ସହରାଞ୍ଚଳର ରାସ୍ତାଘାଟ ଓ ନର୍ଦ୍ଦମା । ବର୍ଷା ଯୋଗୁଁ କ୍ଷତିଗ୍ରସ୍ଥ ହୋଇ ଥିବା ସହରାଞ୍ଚଳର ରାସ୍ଥାଘାଟ ଓ ନର୍ଦ୍ଦମାର ମରାମତି ପାଇଁ ୫୦୦ କୋଟି ଟଙ୍କା ମଜୁଂର କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ ଲଗାତାର ବର୍ଷା ଯୋଗୁଁ କ୍ଷତିଗ୍ରସ୍ତ ହୋଇଛି ସହାରାଞ୍ଚଳ । କେଉଁଠି ରାସ୍ତାରୁ ସିମେଣ୍ଟ ପିଚୁ ଉଠି ଯାଇଛି ତ ପୁଣି କେଉଁଠି ନଳା ଭାଙ୍ଗିଯାଇଛି। ଏହି ସବୁର ମରାମତି ପାଇଁ ରାଜ୍ୟ ସରକାର ୫ ଶହ କୋଟି ଟଙ୍କାର ଅର୍ଥ ମଞ୍ଜୁର କରିଛନ୍ତି ।

ତେବେ କ୍ଷତିଗ୍ରସ୍ତ ରାସ୍ତାଘାଟ, ନର୍ଦ୍ଦମା ଓ ଫୁଟପାଥ ଆଦିର ମରାମତି ତଥା ଉନ୍ନତି କରଣ ହେବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହି କାର୍ୟ୍ୟ ତୁରନ୍ତ ଆରମ୍ଭ କରିବା ସହିତ ଆଗାମୀ ମୌସୁମୀ ଋତୁ ପୂର୍ବରୁ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।