(ଭୁବନେଶ୍ୱର/ସରୋଜ ରାଉତ): ଏସଟିଏଫ ହାତରେ ଧଳା ଜହର ବେପାରୀ । ଗତାକଲି ଏସଟିଏଫ ଚଢାଉ କରି ଜଣେ ବ୍ରାଉନ ସୁଗାର ବେପାରୀକୁ ଗିରଫ କରିବାରେ ସକ୍ଷମ ହୋଇଛି । ଏହି ବ୍ରାଉନ ସୁଗାର ବେପାରୀର ନାମ ସେଖ ହାସିମ ବକ୍ସ । ଘର ଜଳେଶ୍ୱର । ଏସଟିଏଫ ଚଢାଉ କରି ତା ନିକଟରୁ ୧ କେଜି ୧୭୦ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି, ଯାହାର ଆନୁମାନିକ ମୂଲ୍ୟ ୧ କୋଟି ୧ଲକ୍ଷ ୭୦ ହଜାର ଟଙ୍କା ହେବ ।
ଏହି ଘଟଣାକୁ ମିଶାଇ ରାଜ୍ୟରେ ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା୨୭ଟି ବ୍ରାଉନସୁଗାର କେଶ ରୁଜୁ ହୋଇଛି, ଯେଉଁଥିରୁ ଏସଟିଏଫର ୨୪ଟି ରହିଛି । ଏହି ୨୪ ମାମଲାରେ ଏସଟିଏଫ ୪୪ ଜଣଙ୍କୁ ଗିରଫ କରିଛି । ଜାନୁଆରୀରୁ ଚଳିତ ଜବତ ବ୍ରାଉନ ସୁଗାରକୁ ମିଶାଇ ଏସଟିଏଫ ୨୨ କେଜି ୧୬୮ ଗ୍ରାମ ବ୍ରାଉନ ସୁଗାର ଜବତ କଲାଣି । ଆଗକୁ ମଧ୍ୟ ଏହି କାର୍ଯ୍ୟ ଜାରି ରହିବ ଓ ରାଜ୍ୟରେ ଧଳା ଜହର କାରବାର ଯେମିତି ସମ୍ପୂର୍ଣ୍ଣ ରୂପେ ବନ୍ଦ ହେବ ସେ ନେଇ କାର୍ଯ୍ୟଧାରା ଚାଲୁ ରହିଥିବା ଆଜି ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ଏଡିଜି ସୂଚନା ଦେଇଛନ୍ତି ।