ରାଷ୍ଟ୍ରୀୟ ସୟଂ ସେବକ ସଂଘ ର ଶତାବ୍ଦୀ ବର୍ଷ ଉପଲକ୍ଷେ ଆଜି କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି ୭୯ ଗ୍ରାମରେ ପଥ ସଞ୍ଚଳନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରୁ ପଥ ସଞ୍ଚଳନ ବାହାରି ଏମଭି ୭୯ ନଗର ପରିକ୍ରମା କରି ସ୍ଥନୀୟ ଦୁର୍ଗା ମଣ୍ଡପରେ ସମାପ୍ତ ହୋଇଥିଲା । ଏହା ପରେ ଦୁର୍ଗା ମଣ୍ଡପ ରେ ଏକ ସଭା ର ଅୟୋଜନ କରାଯାଇଥିଲା । ଏହି ସଭାରେ ସମାଜସେବୀ ପରିତୋଷ ସରକାର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବରେ ଶଶୀ ଭୂଷଣ ମିଶ୍ର,କାଲିମେଳା ଖଣ୍ଡ କାର୍ୟ୍ୟ ବାହ ହିମାଂଶୁ ମଣ୍ଡଳ, କାଲିମେଳା ଖଣ୍ଡ ସଂଘ ଚାଳକ ପିତାମ୍ବର ପାଣି, ଜିଲ୍ଲା କାର୍ୟ୍ୟ ବାହ ପରିତୋଷ ସରକାର, ଜିଲ୍ଲା ସହ କାର୍ୟ୍ୟ ବାହ ସାନୁ କୋଡେ, ଜିଲ୍ଲା ସେବା ପ୍ରମୁଖ ମଦନ ମୋହନ ପାଢ଼ୀ, ଜିଲ୍ଲା କୁଟୁମ୍ବ ପ୍ରବୋଧନ ପ୍ରମୁଖ ଜଗବନ୍ଧୁ ଶତ୍ରୁ ଶଲ୍ୟ, ମହାରାଜପାଲି ମଣ୍ଡଳ କାର୍ୟ୍ୟ ବାହ କମଳାକାନ୍ତ ବାରିକ ଅତିଥି ପରିଚୟ ପ୍ରଦାନ କରିଥିଲେ । ପ୍ରଥମେ ଭାରତ ମାତା ଓ ମାତା ଦୁର୍ଗା, ସଂଘ ପ୍ରତିଷ୍ଠାତା ଡ. କେଶବ ବଳିରାମ ହେଡ଼ ଗେୱାର ଓ ଶ୍ରୀ ଗୁରୁଜୀ ଙ୍କ ଫୋଟୋ ଚିତ୍ର ରେ ପୁଷ୍ପ ମାଲ୍ୟ ଅର୍ପଣ କରାଯିବା ପରେ ସଭା କାର୍ୟ୍ୟ ଆରମ୍ଭ ହୋଇଥିଲା ।