(ହରପ୍ରସାଦ ବିଶୋଇ) ଭୁବନେଶ୍ୱର: ଚନ୍ଦ୍ରାୟନ-୨ର ଲ୍ୟାଣ୍ଡର ବିକ୍ରମର ହାର୍ଡ ଲାଣ୍ଡିଂ ଯୋଗୁ ଯୋଜନା ସଫଳ ହୋଇପାରି ନ ଥିଲେ ମଧ୍ୟ ୯୮ପ୍ରତିଶତ ସଫଳତା ମିଳିଛି ବୋଲି କହିଛନ୍ତି ଇସ୍ରୋର ମୁଖ୍ୟ କେ ଶିବନ । ଆଜି ସେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ ଏହି ସୂଚନା ଦେଇଛନ୍ତି ଗଣମାଧ୍ୟମକୁ । ଲ୍ୟାଣ୍ଡର ବିକ୍ରମର କେଉଁଠି ତ୍ରୁଟି ରହିଲା ତାହାର ଅନୁସନ୍ଧାନ ଚାଲିଛି ବୋଲି ମଧ୍ୟ କହିଛନ୍ତି ଶିବନ । ସେ ଆହୁରି କହିଛନ୍ତି, ଅର୍ବିଟର ଠାରୁ ଅନେକ କିଛି ସୂଚନା ମିଳିବ । ଆସନ୍ତା ବର୍ଷ ଶେଷ ସୁଦ୍ଧା ଗଗନାୟାନକୁ ନେଇ ମଧ୍ୟ ଚୂଡାନ୍ତ ନିଷ୍ପତ୍ତି ନିଆଯିବ । ବର୍ତ୍ତମାନ ଇସ୍ରୋ ଗଗନୟାନକୁ ନେଇ ତାର ପରୀକ୍ଷଣ ଚଳାଇଥିବା ଶିବନ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, ଇସ୍ରୋ ମୁଖ୍ୟ କେ. ଶିବନ ଆଜି ଓଡ଼ିଶା ଆସିଛନ୍ତି। ସେ ଆଇଆଇଟିର ୮ମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବାକୁୁ ଶିବନଙ୍କ ଓଡିଶା ଗସ୍ତ । ସମାବର୍ତ୍ତନ ଉତ୍ସବକୁ ନେଇ ଖୋର୍ଦ୍ଧା ଅରୁଗୁଳସ୍ଥିତ ଆଇଆଇଟି ପରିସରରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।