ବନ୍ଧା ହେଲେ ଲୁଟେରା । ପୁଲିସ ୨ ଜଣ ଲୁଟେରାଙ୍କୁ କାବୁ କରିବା ସହିତ ସେମାନଙ୍କ ନିକଟରୁ ଏକ ସୁନା ମଙ୍ଗଳସୂତ୍ର, ୪ ହଜାର ଟଙ୍କା ସହ ଲୁଟରେ ବ୍ୟବହୃତ ଏକ ଏକ୍ସଏଲ ଗାଡି(ଓଡି୦୭ଏସି ୨୨୭୦)ଓ ଗୋଟିଏ ଛୋଟ ଲୁହା ଶାବଳ ଜବତ କରିଛି । ଗିରଫ ୨ ଲୁଟେରା ହେଲେ ପାଟପୁର ଥାନା ରେଡିକା ସାହିର ସନ୍ତୋଷ କୁମାର ସାହୁ ଓ ବ୍ରହ୍ମପୁର ବଡ଼ବଜାର ଥାନା ଜେନା ସାହିର ଦିପୁନ ସାହୁ । ଏ ନେଇ ହିଞ୍ଜିଳି ଥାନା ମାମଲା ରୁଜୁ କରି ସୋମବାର କୋର୍ଟ ଚାଲାଣ କରାଯାଇଥିବା ଥାନା ଆଇଆଇସି ଶ୍ରୀନିବାସ ସେଠିଙ୍କ ସୂତ୍ରରୁ ପ୍ରକାଶ।

ତେବେ ପ୍ରକାଶ ଯେ, ଗତ ୧୬ ତାରିଖ ସନ୍ଧ୍ୟାରେ ହିଞ୍ଜିଳିକାଟୁ ପୌରାଞ୍ଚଳ ମୋହନ କଲୋନୀ ଅଞ୍ଚଳର ଶିକ୍ଷକ ବାଳକୃଷ୍ଣ ପଣ୍ଡା ପରିବାର ସହ ପୈତୃକ ଗ୍ରାମ ହିଞ୍ଜିଳି ଥାନା ପୋଡିଙ୍ଗି ଗ୍ରାମକୁ ପିତୃ ଶ୍ରାଦ୍ଧ କରିବା ଲାଗି ଯାଇଥିଲେ। ବିଳମ୍ବିତ ରାତିରେ ଲୁଟେରା ଗ୍ୟାଙ୍ଗ ସଂପୃକ୍ତ ଶିକ୍ଷକଙ୍କ ଘରର ମୁଖ୍ୟ ଦ୍ଵାର ତାଲା ଭାଙ୍ଗି ଘରେ ପଶି ଆଲମାରୀ ଭାଙ୍ଗି ସୁନା ମଙ୍ଗଳସୂତ୍ର, ସୁନା ଚୁଡି, ରୁପା ପାଉଁଜି ସହ ୫ ହଜାର ଟଙ୍କା ଲୁଟ୍ କରି ଫେରାର ହୋଇଯାଇଥିଲେ । ବୁଧବାର ସକାଳେ ସଂପୃକ୍ତ ଶିକ୍ଷକଙ୍କ ଘରର ଦ୍ବାର ତାଲା ଭଙ୍ଗାଯିବା ସହ ଦ୍ଵାର ଖୋଲାଥିବା ଦେଖି ସାହି ପଡୋଶୀ ଘର ମାଲିକଙ୍କୁ ଖବର ଦେଇଥିଲେ। ଘଟଣା ଶୁଣି ଶିକ୍ଷକଙ୍କ ପରିବାର ସଦସ୍ୟ ଘରେ ପହଞ୍ଚି ଚୋରୀ ହୋଇଥିବା ଜାଣିପାରି ହିଞ୍ଜିଳି ପୁଲିସକୁ ଖବର ଦେଇଥିଲେ। ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସରଜମିନ ତଦନ୍ତ ଆରମ୍ଭ କରି ଫେରିଥିଲେ । ଘଟଣା ନେଇ ଶିକ୍ଷକଙ୍କ ସ୍ତ୍ରୀ ମମତା କୁମାରୀ ପଣ୍ଡା ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ ।