ଲୁଟେରା ଘରୁ ନେଇଗଲେ ୮ ଭରି ସୁନା ସହ ରୂପା ଅଳଙ୍କାର

ପାଟଣାଗଡ- ଘରେ କେହି ନଥିବାବେଳେ କଳାକନା ବୁଲାଇଲେ ଲୁଟେରା ।ଏଭଳି ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବାବାଜିପଡାରେ ରହୁଥିବା ତାରକେଶ୍ୱର ସାହୁଙ୍କ ଘରୁ ଡକାୟତି ହୋଇଛି ।ଏନେଇ ଥାନାରେ ଏତଲା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା ।ସୂଚନାଯୋଗ୍ୟ ଯେ, ତାକରେଶ୍ବର ସାହୁ ଗତ ୨୨ ତାରିଖରେ ନିଜ ପରିବାର ସହ ରାଇପୁରରେ ରହୁଥିବା ତାଙ୍କ ପୁଅ ଘରକୁ ଯାଇଥିଲେ । ମଙ୍ଗଳବାର ସନ୍ଧ୍ୟା ସମୟରେ ଘରକୁ ଆସି ଦେଖିଥିଲେ ବାହାର ଗେଟର ତାଲା କଟା ହୋଇଥିବା ବେଳେ ଘରର ସମସ୍ତ କବାଟର ତାଲା କଟା ହୋଇଥିବା ଦେଖିଥିଲେ । ଭିତରକୁ ଯାଇ ଦେଖିଥିଲେ ଆରମିରା ତାଲା ଭାଙ୍ଗି ୮ଭରି ସୁନା ୨୫ରୁ ୩୦ଭରି ରୂପା ସହ ଘରର ସମସ୍ତ ଆସବାବପତ୍ର ଏବଂ ଏକ କମ୍ପ୍ୟୁଟର, ଦୁଇଟି ଗ୍ୟାସ୍ ସିଲିଣ୍ଡର ଚୋରି ହୋଇଯାଇଛି । ଏ ନେଇ ପାଟଣାଗଡ ଥାନାରେ ତାରକେଶ୍ବର ସାହୁ ଅଭିଯୋଗ କରିଥିଲେ । ପରେ ପୋଲିସ ଓ ବଲାଙ୍ଗିର ସାଇଣ୍ଟିଫିକ୍ ଟିମ୍ ଆସି ଅଧିକ ତଦନ୍ତ କରିଥିବା ଦେଖିବାକୁ ମଳିଥିଲା । ଗତ ୨୨ ତାରିଖରୁ ଘରେ କେହି ନଥିବାରୁ ଏହାର ସୁଯୋଗ ନେଇ ଡକାୟତି କରିଥିବା ଅନୁମାନ କରାଯାଉଛି ।